ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ । ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ନାଁ ନାରାୟଣ ପ୍ରଧାନ । ଆଜି ସକାଳୁ ଭିଜିଲାନ୍ସ ଟିମ୍ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ।
ନାରାୟଣ ପ୍ରଧାନଙ୍କର ସୁନ୍ଦରଗଡ଼ ଏଡିବି କଲୋନି ସ୍ଥିତ ଘର, ଜନସ୍ଵାସ୍ଥ୍ୟ ବିଭାଗ ଅଫିସ, ଦେବଗଡ଼ର କେନ୍ଦୁଘାଟ ସ୍ଥିତ ଫାର୍ମ ହାଉସ, ଦେବଗଡ଼ର ତାବଡ ସ୍ଥିତ ପୈତୃକ ଘର, ଅନୁଗୁଳ ଟାଉନ ସ୍ଥିତ ଶ୍ୱଶୁର ଘରେ, ଦେବଗଡ଼ ଟାଉନ ସ୍ଥିତ ତାଙ୍କ ଭାଇଙ୍କ ବାସଭବନରେ ଚଢ଼ଉ କରିଛି ଭିଜିଲାନ୍ସ । ୬ଟି ଟିମରେ ୪୦ ଜଣ କର୍ମଚାରୀ ରେଡ ଚଳାଇଛନ୍ତି ।
ନାରାୟଣ ପ୍ରଧାନଙ୍କର ସମ୍ବଲପୁରରେ ଜମି, ଭୁବନେଶ୍ୱର ଜଟଣୀରେ ଜମି ସହ ଦେବଗଡ଼ ଜିଲାରେ ପୁଅ ନାଁରେ ମଧ୍ୟ ଜମି ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ତାଙ୍କ ନାମରେ ବ୍ୟାପକ ଅର୍ଥ ହେରଫେର ଅଭିଯୋଗ ଆସିଥିଲା ।
Comments are closed.