Latest Odisha News

BREAKING NEWS

ଆଜିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି, ମାସେ ଧରି ଚାଲିବ

ପୁରୀ: ଆଜି ହେଉଛି ଧନୁ ସଂକ୍ରାନ୍ତି । ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ମାସେ ଧରି ଆସନ୍ତା ମକର ସଂକ୍ରାନ୍ତି ଯାଏ ଚାଲିବ ମହାପ୍ରଭୁଙ୍କ ଏହି ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ସ୍ୱତନ୍ତ୍ର ନୀତି ଅନୁସାରେ ଆଜିଠାରୁ ପ୍ରତ୍ୟେକ ଦିନ ରାତି ୩ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟା ପରେ ସାରା ଦିନ ଶ୍ରୀଜିଉାନଙ୍କର ବିଭିନ୍ନ ନୀତିକାନ୍ତି କରାଯିବ । ରାତି ୧୧ଟାରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ ।

ମାସେ ବ୍ୟାପୀ ରୋଷ ଘରେ ମହାପ୍ରଭୁଙ୍କ ପହିଲି ଭୋଗ ପ୍ରସ୍ତୁତ କରାଯାଏ । ଏହି ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ, ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଲଡୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଆଦି ଭୋଗ କରାଯାଇଥାଏ ।

ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ଅବକାଶ ଓ ମଙ୍ଗଳ ଆଳତୀ ବଢିବା ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଏ । ମହାପ୍ରଭୁଙ୍କ ରୀତିନୀତି ଅନୁଯାୟୀ ଆଜିଠାରୁ ସହରରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ସମେତ ଜାଗା ଆଖଡ଼ାମାନଙ୍କରେ ପହିଲି ଭୋଗ ନୀତି ଅନୁଷ୍ଠିତ ହୋଇଥାଏ ।

Leave A Reply

Your email address will not be published.