Latest Odisha News

BREAKING NEWS

ପୁଣି ୨୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ୨୫୨ ମୃତ

ନୂଆଦିଲ୍ଲୀ: ଦେଶରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ହଜାର ୪୩୨ ନୂଆ ଆକ୍ରାନ୍ତ । ଏହି ସମୟରେ ଟେଷ୍ଟ ୮ଲକ୍ଷ ୮୩ ହଜାର କୋଭିଡ୍ ଟେଷ୍ଟ ହୋଇଥିଲା । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୨୪ହଜାର ୩୦୩କୁ ବୃଦ୍ଧି ପାଇଛି ।

ଦେଶରେ ବଢୁଛି କରୋନା ସୁସ୍ଥ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୯୮ଲକ୍ଷ ୭ହଜାର ୫୬୯ ସଂକ୍ରମିତ । ଗତ ୨୪ଘଣ୍ଟାରେ ସାରା ଦେଶରୁ ୨୪ହଜାର ୯୦୦ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଦେଶରେ ୨ଲକ୍ଷ ୬୮ହଜାର ୫୮୧ଟି ଆକ୍ଟିଭ୍ କେସ୍ ରହିଛି ।

ମହାମାରୀ ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୨୫୨ ଆକ୍ରାନ୍ତଙ୍କ ଜୀବନ ନେଇଛି । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୮ହଜାର ୧୫୩କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫% ।

Leave A Reply

Your email address will not be published.