Latest Odisha News

BREAKING NEWS

ତହସିଲଦାରଙ୍କ ଠାରୁ ୧ ଲକ୍ଷରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ତହସିଲଦାର । ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାଏକଙ୍କ ଠାରୁ କଟକ ଭିଜିଲାନ୍ସ ଡିଭିଜନ ନଗତ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରିଛି । ତହସିଲଦାର ବିଚିତ୍ରାନନ୍ଦ ଘରକୁ ଯାଉଥିବା ବେଳେ ଅପରାହ୍ଣ ପ୍ରାୟ ୩ଟା ୩୦ ସମୟରେ ଏତେ ପରିମାଣର ଟଙ୍କା ତାଙ୍କଠାରୁ ମିଳିଛି ।

ବିପୁଳ ପରିମାଣର ଟଙ୍କା ବାରଙ୍ଗ ତହସିଲଦାରଙ୍କ ଠାରୁ ମିଳିଥିବା ବେଳେ ସେ ଟଙ୍କା ନେଇ ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇପାରି ନଥିବା ସୂତ୍ରରୁ ଜଣାପଡ଼ିଛି । ଟଙ୍କା କେଉଁଠୁ ଆସିଲା, କେଉଁଠିକୁ ଯାଉଥିଲା ଏବେ ସେସବୁର ଖୋଳତାଡ଼ କରୁଛି କଟକ ଭିଜିଲାନ୍ସ ।

Leave A Reply

Your email address will not be published.