Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସରୁ ଓହରିଲା ଉତର କୋରିଆ

ଟୋକିଓ: ଆଗାମୀ ଟୋକିଓ ଅଲିମ୍ପିକ୍ସରୁ ଉତର କୋରିଆ ଓହରିଯାଇଛି । କରୋନାର ପ୍ରକୋପ ପୁନର୍ବାର ବଢ଼ୁଥିବାରୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ୧୯୮୮ ଶୀତଯୁଦ୍ଧ ପରେ ପ୍ରଥମ ଥର ପାଇଁ ଉତର କୋରିଆ ଅଲିମ୍ପିକ୍ସରୁ ଓହରିଛି । ଜାପାନର ଅଲିମ୍ପିକ ମନ୍ତ୍ରୀ ତାମାୟୋ ମାରୁକାୱା କହିଛନ୍ତି, ଏ ପର୍ଯ୍ୟନ୍ତ ଉତର କୋରିଆ ବିଧିବଦ୍ଧ କମିଟିକୁ ଜଣାଇ ନାହିଁ ।

ଏ ନେଇ ଏବେ ଟିପ୍ପଣୀ ଦେବା ଠିକ୍ ହେବ ନାହିଁ ବୋଲି ସେ କହିଛନ୍ତି । ୨୦୧୮ରେ ଦକ୍ଷିଣ କୋରିଆରେ ହୋଇଥିବା ଶୀତକାଳୀନ ଅଲିମ୍ପିକ୍ସରେ ଉତରକୋରିଆ ୨୨ ଖେଳାଳିଙ୍କୁ ପଠାଇଥିଲା ।

Leave A Reply

Your email address will not be published.