ଭୁବନେଶ୍ୱର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କୋଟିପତି ଡାକ୍ତର । ଡାକ୍ତରଙ୍କ ନାଁ ହେଉଛି ସୁକାନ୍ତ ଜେନା । ଡାକ୍ତର ଜଣକ କଣାସ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟକରୁଥିଲେ । ସେ ଅପରେସନ ପାଇଁ ରୋଗୀଙ୍କ ଠାରୁ ୮ ହଜାର ଲାଞ୍ଚ ନେଉଥିଲେ । ଏହି ସମୟରେ ତାଙ୍କୁ ଭିଜିଲାନ୍ସ ଧରିଥିଲା ।
ସେ ଧରାପଡ଼ିବା ପରେ ଭୁବନେଶ୍ୱରସ୍ଥିତ ପଟିଆରେ ଥିବା ତାଙ୍କ ବାସଭବନରେ ଭିଜିଲାନ୍ସର ଏକ ଟିମ୍ ଚଢାଉ କରିଥିଲା । ଦୀର୍ଘ ୪ ଘଣ୍ଟାର ରେଡ୍ ପରେ ଭିଜିଲାନ୍ସକୁ ୧ କୋଟି ୧୨ ଲକ୍ଷ ଟଙ୍କାର ନଗଦ କ୍ୟାସ ମିଳିଥିବା ଜଣାପଡ଼ିଛି । ଏକାଥରେ ନଗଦ ଏତେ ଟଙ୍କା ଜବତ କରିବା ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଥର ବୋଲି ଜଣାପଡ଼ିଛି । ଡାକ୍ତରଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି।
Comments are closed.