Latest Odisha News

BREAKING NEWS

ଏୟାର ଚିଫ୍ ମାର୍ଶାଲଙ୍କ ଅଚାନକ ଲେହ ଗସ୍ତ

ନୂଆଦିଲ୍ଲୀ: ଭାରତର ଏୟାର ଚିଫ ମାର୍ଶାଲ ଆରକେଏସ ଭଦୋରିଆ ଅଚାନକ ଲେହ ଗସ୍ତ କରିଛନ୍ତି । ଏହା ପରେ ସେ ଶ୍ରୀନଗର ଏୟାରବେସ ଯାଇଥିଲେ । ରିପୋର୍ଟ ମୁତାବକ ଭାରତ ତାର ଫାଇଟର ପ୍ଲେନ ଫରୱାର୍ଡ ବେସ୍ ଆଉ ଏୟାରଫିଲ୍ଡ ନିକଟକୁ ପଠାଇ ଦିଆଯାଇଛି । ଲେହ ଓ ଶ୍ରୀନଗର ଏୟାରବେସରୁ ଫାଇଟର ଜେଟ ଅଳ୍ପ ସମୟ ମଧ୍ୟରେ ବର୍ଡର ନିକଟରେ ପଂହଚିପାରିବ । ଚୀନ ସୈନିକଙ୍କ ସହ ସଂଘର୍ଷ ପରେ ଭାରତର ୨୦ ଯବାନ ଶହୀଦ ହୋଇଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାର ବର୍ତମାନ ସବୁସ୍ତରରେ ଚୀନ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି ।

ସୁଖୋଇ-୩୦, ମିରାଜ ୨୦୦୦ ଓ ଚିନୁକ ହେଲିକପ୍ଟରକୁ ସବୁ ପ୍ରକାର ପରିସ୍ଥିତି ପ୍ରତି ସତର୍କ ରହିବା ପାଇଁ କୁହାଯାଇଛି । ତିଦ୍ଦତ ଅଂଚଳରେ ଯଦି ଚୀନ କିଛି ଦୁଃସାହାସ କରେ ତାହାହେଲେ ଲେହ, ଶ୍ରୀନଗର, ଅବନ୍ତୀପୁର, ବରେଲୀ, ଆଦମପୁର, ଲୁଧିୟାନା, ଅମ୍ବଲା ଓ ସିରସା ଏୟାରବେସରୁ ଭାରତ ଆକ୍ରମଣ କରିପାରିବ । ଅପରପକ୍ଷରେ ଚୀନକୁ ଏଥିପାଇଁ ହୋଟାନ ଓ ଗାର ଏୟାରବେସ ବ୍ୟବହାର କରିବ । ୧୪ ହଜାର ଫୁଟ ଉପରେ ପଂହଚିବା ପାଇଁ ଚୀନକୁ ଭାରତ ତୁଳନାରେ ଅଧିକ ସମୟ ଲାଗିବ । ଅପରପକ୍ଷରେ ଚୀନ ୪ର୍ଥ ଦିନ ମଧ୍ୟ ଭାରତକୁ ଘଟଣା ପାଇଁ ଦାୟୀ କରିଛି ।

Leave A Reply

Your email address will not be published.