Latest Odisha News

BREAKING NEWS

Bribe Case: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ;ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ

ବଡ଼ସାହି:ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଜେଇ ସୁଶୀଲ କୁମାର ସିଂକୁ ଆଜି ଭିଜିଲାନ୍ସ ଗିରଫ କରିଛି । ଜଣେ ଠିକାଦାରଙ୍କଠାରୁ ୩୨ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ବାରିପଦା ଭିଜିଲାନ୍ସ ଟିମ୍‌ ।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ବଡ଼ ସାହି ବ୍ଲକ୍ ଅଧିନରେ ଥିବା ଟଙ୍ଗାଶୋଳ, ଶାଳଗାଁ, ମନଗୋବିନ୍ଦପୁର, ମାଣତ୍ରୀ ଏହିଭଳି ୪ଟି ପଞ୍ଚାୟତ ଦାୟିତ୍ୱରେ ରହିଥିଲେ । ମନରେଗାରେ ବଡ଼ସାହି ବ୍ଲକ୍‌ ଟଙ୍ଗାଶୋଳ ପଞ୍ଚାୟତର ଲେମ୍ବୁ ସାହିଠାରୁ କେନ୍ଦୁଆ ଯାଏ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୋରମ୍‌ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଉକ୍ତ କାର୍ଯ୍ୟର ଅନ୍ତିମ ବିଲ୍‌ କରାଇ ଦେବାକୁ ଗ୍ରାମ ସଂଯୋଜକ (ଜିଆର୍‌ଏସ୍‌) ସୁନାରାମ ସୋରେନ ଜେଇଙ୍କ ନିକଟକୁ ବାରମ୍ବାର ଯାଇଥିଳେ। ବିଲ୍‌ କରାଇଦେବାକୁ ହେଲେ ୩୨ ହଜାର ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି କନିଷ୍ଠଯନ୍ତ୍ରୀ ସୁଶୀଲ କୁମାର ସିଂ ଦାବି କରିଥିଲେ। ଏନେଇ ସୁନାରାମ ଭିଜିଲାନ୍‌ର ଦ୍ବାରସ୍ଥ ହୋଇଥିଲେ।

ତେବେ  ଆଜି ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ସୁନାରାମଙ୍କଠୁ ୩୨ ହଜାର ଟଙ୍କା ସୁଶୀଲ ନେଉଥିଲେ। ଏତିକିବେଳେ ପୂର୍ବ ଯୋଜନା ମୁତାବକ ଛକି ବସିଥିବା ବାରିପଦା ଭିଜିଲାନ୍ସ ଟିମ୍‌ ସୁଶୀଲଙ୍କୁ ମାଡ଼ି ବସିଥିଲା। ତାଙ୍କଠାରୁ ରଙ୍ଗ ବୋଳା ସମସ୍ତ ଟଙ୍କା ସମେତ ରାସ୍ତା ସମସ୍ତ କାଗଜପତ୍ର ଜବତ କରିଥିଲା । କନିଷ୍ଠଯନ୍ତ୍ରୀଙ୍କୁ ଗିରଫ କରାଯିବା ସହିତ ବାରିପଦାସ୍ଥିତ ତାଙ୍କ ଭଡ଼ାଘର ମଧ୍ୟ ଭିଜିଲାନ୍‌ସ ଚଢ଼ାଉ କରିଥିଲା।

Comments are closed.