Latest Odisha News

ଆଗାମୀ ମୁଖ୍ୟମନ୍ତ୍ରୀ ହେଲେ ଅପରାହ୍ନ ୨ ରୁ ୪ ଟା ହେବ ବାଧ୍ୟତାମୂଳକ ବିଶ୍ରାମ ସମୟ; ବିଜୟ ସରଦେଶାଇ

ନୂଆଦିଲ୍ଲୀ: ୨୦୨୨ ମସିହାରେ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଆସନ୍ତା ବର୍ଷ ଗୋଆ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି। ତେବେ ଏହା ପୂର୍ବରୁ ବର୍ତ୍ତମାନ ରାଜନୈତିକ ଦଳମାନେ ନିର୍ବାଚନ ପ୍ରତିଶ୍ରୁତି ଦେଉଛନ୍ତି। ଏହି ସମୟରେ ଗୋଆ ଫରୱାର୍ଡ ପାର୍ଟି ଏକ ଅଦ୍ଭୁତ ନିର୍ବାଚନ ପ୍ରତିଶୃତି ଦେଇଛି।

ଗୋଆ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ପ୍ରଥମ ନିର୍ବାଚନ ପ୍ରତିଶୃତି ସାମ୍‌ନାକୁ ଆସିଛି। ଗୋଆ ଫରୱାର୍ଡ ପାର୍ଟି କହିଛି ଯେ ସେ ଅପରାହ୍ନରେ ଶୋଇବା ପାଇଁ ବାଧ୍ୟତାମୂଳକ ଘଣ୍ଟା ପ୍ରକ୍ରିୟା ସୁନିଶ୍ଚିତ କରିବେ। ରିପୋର୍ଟ ଅନୁଯାୟୀ, ଗୋଆ ଫରୱାର୍ଡ ପାର୍ଟି ମୁଖ୍ୟ ବିଜୟ ସରଦେଶାଇ ଘୋଷଣା କରିଛନ୍ତି ଯେ ଯଦି ତାଙ୍କୁ ଆସନ୍ତା ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ କରାଯାଏ, ତେବେ ଅପରାହ୍ନ ୨ ରୁ ୪ ଟା ମଧ୍ୟରେ ଶୋଇବା ପାଇଁ ବାଧ୍ୟତାମୂଳକ ବିଶ୍ରାମ ସମୟର ବ୍ୟବସ୍ଥା ନିଶ୍ଚିତ କରିବେ।

Leave A Reply

Your email address will not be published.