Latest Odisha News

BREAKING NEWS

ବିଜୟ ଅମ୍ବୃତା ହେଲେ ଭୁବନେଶ୍ବର କମିଶନର

ଆଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ : ବଦଳିଲେ 3 ମହାନଗର କମିଶନର

ଭୁବନେଶ୍ବର: ଆଇଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି ।  ବିଜୟ ଅମୃତା କୁଲାଙ୍ଗେ ହେଲେ  ଭୁବନେଶ୍ୱର କମିଶନର, କଟକ କମିଶନର ହେଲେ ନିଖିଲ ପବନ କଲ୍ୟାଣ  । ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର କମିଶନର । ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ବଦଳି କରାଯାଇଛି । ଏହାସହିତ ଓଏଏସ ଅଫିସରଙ୍କ ହାତରେ ଥିବା ଖୋର୍ଦ୍ଧା, ଭଦ୍ରକ, ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ବଦଳି ହୋଇଛନ୍ତି । ନୂଆ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାପାଳ ଥିବା ନିଖିଳ ପବନ କଲ୍ୟାଣଙ୍କୁ କଟକ ମ୍ୟୁନିସପାଲଟି କମିଶନର ଭାବେ ବଦଳି କରାଯାଇଛି ।  ଗଞ୍ଜାମ ଜିଲ୍ଲାପାଳ ତଥା ୨୦୧୩ ବ୍ୟାଚ୍ ଆଇଏଏସ୍ କୁଲାଙ୍ଗେ ବିଜୟ ଅମୃତାଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ବଦଳି କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ କମିଶନର ପଦବୀକୁ ଯୁଗ୍ମ ସଚିବ ପାହ୍ୟା ସହ ସମାନ କରାଯାଇଛି । ଏହାସହିତ ସେ କ୍ରୁଟ ପରିଚାଳନା ନିର୍ଦ୍ଦେଶକ ଓ ବିଏସସିଏଲ୍ ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ସେହିପରି କନ୍ଧମାଳ ଜିଲ୍ଲାପାଳ ଆଇଏଏସ୍ ବୃନ୍ଦା ଡିଙ୍କୁ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ଥିବା ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ସେଠାରେ ଥିବା ବରିଷ୍ଠ ଓଏଏସ୍ ସଂଗ୍ରାମ କୁମାର ମହାପାତ୍ରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।  ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରୋଜେକ୍ଟ ଡାଇରେକ୍ଟର ଥିବା ଆଇଏଏସ୍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି ।

 

କଟକ ମହାନଗର ନିଗମ କମିଶନର ଆଇଏଏସ୍ ଅନନ୍ୟା ଦାସଙ୍କୁ ସମ୍ବଲପୁର ଜିଲ୍ଲାପାଳ ଓ ସମ୍ବଲପୁରରେ ଥିବା ଆଇଏଏସ୍ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଗଞ୍ଜାମ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ବ୍ରହ୍ମପୁର ମହାନଗର ନିଗମ କମିଶନର ଆଇଏଏସ୍ ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ସେହିପରି ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଆଇଏଏସ ମଧୁସ୍ମିତା ସାହୁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ, ଭାବେ ବଦଳି ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାପାଳ ଆଇଏଏସ୍ ଡଃ ଗାଭିଲ ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ନୂଆପଡ଼ା ଜିଲ୍ଲାପାଳ ଆଇଏଏସ୍ ସ୍ୱଧା ଦେବ ସିଂଙ୍କୁ ରାୟଗଡ଼ା ଜିଲ୍ଲାପାଳ ଓ ରାୟଗଡ଼ାରେ ଥିବା ବରିଷ୍ଠ ଓଏଏସ୍ ସରୋଜ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ସହ ଗୃହ ବିଭାଗ(ପ୍ରୋଟୋକଲ) ଦାୟିତ୍ୱ ମିଳିଛି ।

ଭଦ୍ରକରେ ଥିବା ଓଏଏସ୍ ତ୍ରିଲୋଚନ ମାଝୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛି । ସେହିପରି ଗଞ୍ଜାମରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଆଇଏଏସ୍ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଭାବେ ବଦଳି ହୋଇଛି ।

Comments are closed.