Latest Odisha News

BREAKING NEWS

ବକ୍ସ ଅଫିସରେ ସୁନାମି ସୃଷ୍ଟି କରୁଛି ବିଜୟଙ୍କ ମାଷ୍ଟର

ଚେନ୍ନାଇ: କରୋନା ମହାମାରୀ କଟକଣା କୋହଳ ହେବା ପରେ ସିନେମାଘରେ ରିଲିଜ ହୋଇଛି ସାଉଥ ସୁପରଷ୍ଟାର ବିଜୟଙ୍କ ମାଷ୍ଟର ଫିଲ୍ମ । ରିପୋର୍ଟ ମୁତାବକ ଏହି ଫିଲ୍ମ ବକ୍ସ ଅଫିସରେ ସୁନାମି ସୃଷ୍ଟି କରିଛି । ପ୍ରଥମ ଦିବସରେ ଏହି ଫିଲ୍ମ ୪୦କୋଟି ଆୟ କରି ସାରିଛି । ଲୋକେଶ କନାଗରାଜଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମ କେବଳ ତାମିଲନାଡୁରେ ୨୩ କୋଟି ଆୟ କରିଛି ।

କେରଳ, କର୍ଣ୍ଣାଟକରେ ୩ କୋଟି ଲେଖାଁଏ ଆୟ କରିଛି । ଫିଲ୍ମର ମାଉଥ ପବ୍ଲିସିଟି ମଧ୍ୟ ଭଲ ରହିଛି । ପୋଙ୍ଗଲ ଅବସରରେ ଏହା ରିଲିଜ ହୋଇଥିବାରୁ ଏହା ମଧ୍ୟ ଫିଲ୍ମକୁ ଫାଇଦାରେ ରଖିଛି । ବିଜୟ ଏବଂ ବିଜୟ ସେତୁପତିଙ୍କ ଅଭିନୟ ଦମଦାର ରହିଛି । ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଏହାର ଆୟ ୪.୫ କୋଟିରୁ ଅଧିକ ରହିଛି ।

Leave A Reply

Your email address will not be published.