Latest Odisha News

BREAKING NEWS

ପିପିଲିରୁ ନିଖୋଜ ଦୁଇ ନାବାଳକଙ୍କ ପତ୍ତା ମିଳିଲା

ପିପିଲି: ଚାରି ଦିନ ତଳେ ପିପିଲିରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ର ଉଦ୍ଧାର। ଆଜି ସକାଳେ ଜଟଣୀ ଅଞ୍ଚଳର ଗୋହିରିଆ ଛକର ଏକ ହୋଟେଲରୁ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି ।

ସୂଚନା ଯୋଗ୍ୟ ଯେ, ପାଟଣା ଗାଁର ପବିତ୍ର ଦାସଙ୍କ ଦଶମ ଶ୍ରେଣୀରେ ପଢୁଥିବା ପୁଅ ଓ କେଦାର ବେହେରାଙ୍କର ନବମ ଶ୍ରେଣୀରେ ପଢୁଥିବା ପୁଅ ଗତ ୧୧ତାରିଖରେ ଗୋଟିଏ ସାଇକେଲରେ ସ୍କୁଲକୁ ବହି ଆଣିବାକୁ ଯାଇଥିଲେ । ଏହା ପରେ ସେମାନେ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି ପରେ ବି ସେମାନଙ୍କର ପତ୍ତା ପାଇପାରି ନ ଥିଲେ । ଏ ନେଇ ପିପିଲି ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ନିଖୋଜଙ୍କ ଅନୁସନ୍ଧାନ ଜାରି ରଖିଥିଲା ।

Leave A Reply

Your email address will not be published.