Latest Odisha News

ଇଂଲଣ୍ଡ କ୍ରିକେଟର ମୋଇନ କରୋନାର ନୂତନ ଷ୍ଟ୍ରେନରେ ଆକ୍ରାନ୍ତ

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଇଂଲଣ୍ଡ କ୍ରିକେଟ ଦଳକୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ଭ୍ରମଣକାରୀ ଦଳର ଅଲରାଉଣ୍ଡର ମୋଇନ ଅଲୀ କରୋନା ପଜିଟିଭ ଥିବା ଜଣାପଡିଛି । ତେବେ ଚିନ୍ତାର ବିଷୟ ହେଲା ସେ କରୋନାର ନୂତନ ଷ୍ଟ୍ରେନ ତାଙ୍କ ନିକଟରେ ଦେଖିବାକୁ ମିଳିଛି । ଏହି ନୂତନ ଷ୍ଟ୍ରେନ ପୁରୁଣାଠାରୁ ଅଧିକ ମାରାତ୍ମାକ ଏବଂ ଦ୍ରୁତ ଗତିରେ ବ୍ୟାପିଥାଏ ।

ମୋଇନଙ୍କୁ ୧୦ ଦିନ କ୍ୱାରେଂଟାଇନରେ ରଖାଯାଇଥିଲା । ଏବେ ଏହାର ସମୟ ଆହୁରି ବଢ଼ିପାରେ । ରିପୋର୍ଟ ମୁତାବକ ସେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଖେଳିବେ ନାହିଁ । ଏହା ଚଳିତ ମାସ ୨୨ରୁ ଆରମ୍ଭ ହେବାର ଅଛି । ଶ୍ରୀଲଙ୍କା ସରକାର କରୋନାର ଏହି ନୂତନ ଷ୍ଟ୍ରେନ ଯେପରି ନ ବ୍ୟାପେ ସେଥିପ୍ରତି ସତର୍କ ରହଛନ୍ତି ।

Leave A Reply

Your email address will not be published.