Latest Odisha News

ପବିତ୍ର ବିଜୟାଦଶମୀରେ ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ପବିତ୍ର ବିଜୟାଦଶମୀ ତଥା ଦଶହରା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଗାଁରୁ ସହର ଯାଏଁ ସବୁଠି ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜା ଆରାଧନାରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ ।

ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ହେଉଛି ବିଜୟାଦଶମୀ ।

ଏହାକୁ ନେଇ ବିଭିନ୍ନ ପୂଜାମଣ୍ଡପରେ ସମସ୍ତ ରୀତିନୀତିରେ ମା’ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି ।

ସେହିପରି ରାବଣ ପୋଡି ନିମନ୍ତେି ବିଭିନ୍ନ ପୂଜା କମିଟି ପକ୍ଷରୁ ବ୍ୟାପକ ଆୟୋଜନା କରାଯାଉଛି ।

ମହାନବମୀ ପୂଜା ଶେଷ ହେବାପରେ ଆଜି ଧୂମଧାମରେ ଚାରିଆଡେ ବିଜୟାଦଶମୀ ପୂଜା ପାଳନ କରାଯାଉଛି ।

ମା ଦୁର୍ଗାଙ୍କ ଦର୍ଶନ ପାଇଁ ପୂଜା ମଣ୍ଡମ ଗୁଡିକରେ ଭକ୍ତମାନଙ୍କର ଗହଳି ଦେଖିବାକୁ ମିଳୁଛି ।

ବେଦଧ୍ୱନି ଓ ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ ଗୁଡିକ ।

ଏଥିସହିତ ସୁନା ଓ ଚାନ୍ଦି ଅଳଙ୍କାରରେ ଝଟକୁଛି ମାଙ୍କ ମୃଣ୍ମୟୀ ମୂର୍ତ୍ତି ।

ଆହୁରି ମଧ୍ୟ ଅନୁକୂଳ ପାଗ ଯୋଗୁଁ ପୂଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହୁଥିବାରୁ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

Comments are closed.