Latest Odisha News

BREAKING NEWS

ଆରପାରିରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ ପ୍ରଯୋଜକ ଅମୀୟ ପଟ୍ଟନାୟକ

ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କର ଆଜି ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି । ଆଜି ସକାଳ ପାଖାପାଖି ୮ଟା ସମୟରେ ତାଙ୍କର ପରଲୋକ ହୋଇଥିବା ନେଇ ସୂଚନା ମିଳିଛି ।

ଓଲିଉଡରେ ସେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ତାଙ୍କ ଦ୍ୱାରା ୧୯୮୪ ମସିହାରେ ନିର୍ମିତ ଓଡିଆ ଫିଲ୍ମ ‘ହାକିମ ବାବୁ’ ଓଡିଆ ଫିଲ୍ମ ବର୍ଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇପାରିଥିଲା । ଆହୁରି ମଧ୍ୟ ତାଙ୍କର ଅନ୍ୟ ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ପୁଅ ମୋର କଳା ଠାକୁର’, ‘ଚକା ଆଖି ସବୁ ଦେଖୁଛି’, ‘ମମତା ମାଗେ ମୂଲ’, ‘ପରଦେଶୀ ବାବୁ’ ଓ ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତୁଳସୀ ମୁଣ୍ଡାଙ୍କ ଉପରେ ନିର୍ମିତ ଫିଲ୍ମ ‘ତୁଳସୀ ଅପା’ ଅନ୍ୟତମ ।

‘ତୁଳସୀ ଅପା’ ଫିଲ୍ମ ପାଇଁ ଅମିୟଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କ ଦେହାନ୍ତରେ ଓଲିଉଡ ଜଗତରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.