Latest Odisha News

BREAKING NEWS

ଅମୃତସର: ରାବଣ ପୋଡ଼ି ଦେଖୁଥିଲା ବେଳେ ଟ୍ରେନ୍ ମାଡ଼ିଗଲା, ୫୦ ଜଣଙ୍କ ଶୋଚନୀୟ ମୃତ୍ୟୁ

ଅମୃତସର: ପଞ୍ଜାବର ଅମୃତସର ଠାରେ ରାମଲୀଳା ରାବଣ ପୋଡ଼ି ଚାଲିଥିବା ବେଳେ ସେଠାରେ ଉପସ୍ଥିତ ଦେଖଣାହାରୀଙ୍କ ଉପରେ ଟ୍ରେନ ମାଡ଼ି ଯିବାରୁ ୫୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ରାମଲୀଳା ଚାଲିଥିବା ବେଳେ ଅଧିକାଂଶ ଲୋକ ରେଲୱେ ଟ୍ରାକ୍ ଉପରେ ଛିଡ଼ା ହୋଇ ରାବଣ ପୋଡ଼ିର ଦୃଶ୍ୟ ଦେଖୁଥିଲେ । ଟ୍ରେନ ଆସିବାର ଶବ୍ଦ କେହି ବି ଶୁଣି ପାରିନଥିଲେ । କାରଣ ସେହି ସମୟରେ ରାବଣର ପ୍ରତିକୃତିରେ ନିଆଁ ଲଗାଯିବା ପରେ ପ୍ରଚଣ୍ଡ ଶବ୍ଦର ବାଣ ଫୁଟୁଥିଲା । ଟ୍ରେନ ମାଡ଼ି ଆସୁଥିଲେ ମଧ୍ୟ ଶବ୍ଦ ଶୁଣିନପାରି ଲୋକମାନେ ରାବଣ ପୋଡ଼ି ଦୃଶ୍ୟ ଦେଖୁଥିଲେ । ଘଟଣା ସ୍ଥଳରେ ଶହ ଶହ ଲୋକଙ୍କ ଉପରେ ଟ୍ରେନ ମାଡ଼ିଯିବା ଫଳରେ ଘଟଣାସ୍ଥଳରେ ହିଁ ୫୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି ।

ତେବେ ଘଟଣାସ୍ଥଳରେ ପ୍ରାୟ ୭୦୦ରୁ ଅଧିକ ଲୋକ ସେଠାରେ ଉପସ୍ଥିତ ରହି ରାବଣ ପୋଡ଼ିର ଦୃଶ୍ୟ ଦେଖୁଥିଲେ ।

ସ୍ଥାନୀୟ ଦେଖଣାହାରୀ କହିଛନ୍ତି, ମୃତକଙ୍କ ମଧ୍ୟରେ ଛୋଟ ଛୋଟ ପିଲା ମଧ୍ୟ ଅଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନା ପଠାଉଛନ୍ତି ।

Leave A Reply

Your email address will not be published.