Latest Odisha News

BREAKING NEWS

ବିଜେପି-ଏଆଇଏଡିଏମକେ ମେଂଟରୁ ଓହରିଲା ବିଜୟକାନ୍ତଙ୍କ ଦଳ

ଚେନ୍ନାଇ: ତାମିଲନାଡୁ ନିର୍ବାଚନ ପୂର୍ବରୁ ବିଜେପି-ଏଆଇଏଡିଏମକେକୁ ଶକ୍ତ ଧକ୍କା ଲାଗିଛି । ମଙ୍ଗଳବାର ଆସନ ବୁଝାମଣା ନ ଛିଡିବାରୁ ଅଭିନେତା ବିଜୟକାନ୍ତଙ୍କ ପାର୍ଟି ଡିଏମଡିକେ ମେଂଟରୁ ଓହରିଯାଇଛି । ବୁଝାମଣା ୩ଥର ବୈଠକ ହୋଇଥିଲେ ମଧ୍ୟ ଫଳାଫଳ କିଛି ବାହାରି ପାରି ନ ଥିଲା ।

ଏଆଇଏଡିଏମକେ ୨୩୪ ଆସନରୁ ବିଜେପିକୁ ୨୦ଟି ଓ ଆଂଚଳିକ ଦଳ ପିଏମକେକୁ ୨୩ ଆସନ ଛାଡିଥିଲା । ବାକି ବଳକା ଆସନରୁ ଡିଏମଡିକେକୁ କିଛି ଛଡା ଯାଇଥାନ୍ତା ମାତ୍ର ବିଜୟକାନ୍ତ ସନ୍ତୁଷ୍ଟ ହୋଇ ନ ଥିଲେ । ଶେଷର ସେ ୟୁଟର୍ଣ୍ଣ ନେବାକୁ ବାଧ୍ୟ ହୋଇଥିଲେ ।

Comments are closed.