Latest Odisha News

୧୫୦ କୋଟି ପାର କଲା ବିଜୟଙ୍କ ମାଷ୍ଟର, ୨୦୨୧ର ପ୍ରଥମ ବ୍ଲକବଷ୍ଟର ଫିଲ୍ମ

ମୁମ୍ବାଇ: ସୁପରଷ୍ଟାର ବିଜୟଙ୍କ ମାଷ୍ଟର ଫିଲ୍ମ ୨୦୨୧ର ପ୍ରଥମ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଛି । ରିପୋର୍ଟ ମୁତାବକ ଏହି ଫିଲ୍ମ ଏବେ ହାଉସଫୁଲରେ ଚାଲିବା ସହ ୧୫୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଛି । ତାମିଲନାଡୁରେ କେବଳ ଏହି ଫିଲ୍ମ ୯୬ କୋଟି, ଆନ୍ଧ୍ରପ୍ରଦେଶରେ ୨୪, କର୍ଣ୍ଣାଟକରେ ୧୪ ଓ ଉତର ଭାରତରେ ୫ କୋଟି ଆୟ କରିଛି । ଓଭରସିଜରେ ଏହା ୪.୬ ମିଲିୟନ ଡଲାର ଆୟ କରିସାରିଛି ।

ଏବେ ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ଯୋଜନା କରାଯାଉଛି । ତେବେ କରୋନା କଟକଣା ନିୟମ ଉଲ୍ଲଂଘନ ନେଇ କେତେକ ଥିଏଟର ମାଲିକଙ୍କ ଉପରେ କେସ ରୁଜୁ କରାଯାଇଛି ।

Comments are closed.