Latest Odisha News

BREAKING NEWS

କାଲିଠୁ ବିନା କୋଭିଡ ରିପୋର୍ଟରେ କାଳିଆ ଦର୍ଶନ 

ପୁରୀ : ବିନା କୋଭିଡ ରିପୋରର୍ଟରେ କାଲିଠାରୁ ନିର୍ବିଘ୍ନରେ କାଳିଆ ଦର୍ଶନ କରିପାରିବେ ଭକ୍ତ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୁରୀ ଜିଲ୍ଲାପାଳ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମେତ ପୁରୀ ଏସପି, ଡିଆଇଜି ସମୀକ୍ଷା କରି କିଭଳି ଦର୍ଶନକୁ ସୁବ୍ୟବସ୍ଥିତ କରାଯାଇ ପାରିବ ସେ ଉପରେ ଆଲୋଚନା କରିଛନ୍ତି । 

ପୁରୀ ବାସିନ୍ଦାଙ୍କ ପାଇଁ ସକାଳ ୬ରୁ ୭ଟା ପର୍ଯ୍ୟନ୍ତ ସ୍ବତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଛି । ସକାଳ ୭ଟା ପରେ ସାଧାରଣ ଭକ୍ତମାନେ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ସେବାୟତଙ୍କ ସହିତ ଆଲୋଚନା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ଥର୍ମାଲ ସ୍କାନିଂ ଏବଂ ସାନିଟାଇଜ କରିବା ପରେ ସମସ୍ତ ଭକ୍ତ ଦର୍ଶନ ପାଇଁ ସିଂହଦ୍ବାର ଦେଇ ପ୍ରବେଶ କରିପାରିବେ । ଥର୍ମାଲ ସ୍କାନିଂରେ ଯାହାର ତାପମାତ୍ରା ୧୦୦ଫାରାନାଇଟ ଉପରେ ରହିବ ସେମାନେ ଦର୍ଶନ ପାଇଁ ଯାଇପାରିବେ ନାହିଁ । ସେହିପରି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । 

ସୁରକ୍ଷା ଦୃଷ୍ଟିରୁ ପୁରୀରେ  ୨୬ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୨ ଆଡିସନାଲ ଏସପି, ୭ ଡିଏସ୍ପି ଓ ୨୦  ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିବେ ।

Leave A Reply

Your email address will not be published.