ଶିମଲା: ହିମାଚଳପ୍ରଦେଶ ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ବିଜେପି ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଉପରେ ଘୋର ଆକ୍ରମଣ କରିଛନ୍ତି । ସେ ଦେବ ସମାଜକୁ ଉଲ୍ଲେଖ କରି କହିଛନ୍ତି ଯେ, ଆଜି କଙ୍ଗନା ଯେଉଁ ଯେଉଁ ମନ୍ଦିର ପରିଦର୍ଶନ କରୁଛନ୍ତି ସେହି ମନ୍ଦିରଗୁଡ଼ିକୁ ସଫା କରିବା ଆବଶ୍ୟକ । କଂଗ୍ରେସ ପ୍ରାର୍ଥୀ ବିକ୍ରମଦିତ୍ୟ ସିଂ ଦେବ ନୀତି ଏବଂ ଦେବ ସଂସ୍କୃତିର ଉଦାହରଣ ଦେଇ ଦ୍ରଙ୍ଗ ବିଧାନସଭାର ଟାକୋଲିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ଏହା କହିଛନ୍ତି ।
ବିକ୍ରମାଦିତ୍ୟ ସିଂ କହିଛନ୍ତି ଯେ, କଙ୍ଗନାଙ୍କ ଖାଇବା ପିଇବା ଅଭ୍ୟାସକୁ ନେଇ ସୋସିଆଲ ମିଡିଆରେ ଅନେକ କଥା ଉଠୁଛି, ଦେବ ସମାଜ ଏବଂ ଦେବ ନୀତି ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଦେବ ନୀତି ବିରୁଦ୍ଧରେ ବିଭିନ୍ନ ଆକ୍ରମଣ ଦ୍ୱାରା ଦେବ ସମାଜକୁ ଅପମାନିତ କରାଯାଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି । ଦେବଭୂମିରେ ରହୁଥିବା ରାଜ୍ୟବାସୀ ଦେବ ନୀତି ଉପରେ ନିଷ୍ଠା ଏବଂ ବିଶ୍ୱାସ ରଖିଛନ୍ତି ।
ବିକ୍ରମାଦିତ୍ୟ ସିଂ କଙ୍ଗନାଙ୍କୁ ଟାର୍ଗେଟ୍ କରି ଆହୁରି କହିଛନ୍ତି ଯେ, ମୁମ୍ବାଇରେ ତାଙ୍କର ଗୋଟିଏ ଗୋଡ଼ ଏବଂ ହିମାଚଳରେ ଆଉ ଗୋଟିଏ ଗୋଡ଼ । ତେବେ ଦୁଇଟି ଡଙ୍ଗାରେ ଯାତ୍ରା କରୁଥିବା କଙ୍ଗନାଙ୍କ ଡଙ୍ଗା ଖୁବ ଶୀଘ୍ର ବୁଡ଼ିବାକୁ ଯାଉଛି । କଙ୍ଗନାଙ୍କୁ ପରାମର୍ଶ ଦେବାବେଳେ ସେ କହିଥିଲେ ଯେ, ଆପଣ ପ୍ରସ୍ତୁତ ହୋଇ ରହିଥାନ୍ତୁ ଜୁନ୍ ୪ ପରେ ମୁମ୍ବାଇରେ ଫିଲ୍ମ ଜଗତରେ ପୁଣି କାମ କରିବାକୁ ଯିବେ ।
Comments are closed.