ମୁମ୍ବାଇ: 12th ଫେଲ୍ ଫିଲ୍ମରେ ନିଜ ନିଖୁଣ ଅଭିନୟ ପାଇଁ ଚାରିଆଡ଼ୁ ପ୍ରଶଂସା ସାଉଣ୍ଟିଥିବା ବିକ୍ରାନ୍ତ ମେସି ଏବେ ତାଙ୍କ ଆଗାମୀ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ରିଲିଜ ପୂର୍ବରୁ ତାଙ୍କୁ ହତ୍ୟା ଧମକ ମିଳିଲାଣି।
ସୂଚନା ଅନୁସାରେ ଏହି ଫିଲ୍ମରେ ସେ ଜଣେ ପତ୍ରକାର ଭୂମିକାରେ ନଜର ଆସିବେ। ଏହା ଏକ ହୃଦୟ ବିଦାରକ ପ୍ରକୃତ ଘଟଣା ଉପରେ ଆଧାରିତ। ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ବେଳେ ଏବେ ଏହା ଉପରେ ନିର୍ମିତ ଫିଲ୍ମ ବି ହଟ୍ ଗସିପ ପାଲଟିଛି। ଏହି ଫିଲ୍ମରେ ବହୁ ସତ୍ୟ ଘଟଣା ଉପରୁ ପରଦା ହଟିବ ବୋଲି ଶୁଣିବାକୁ ମିଳୁଛି। ତେଣୁ ଏହା ପୂର୍ବରୁ ଫିଲ୍ମର ହିରୋ ବିକ୍ରାନ୍ତ ମେସିଙ୍କୁ ଧମକ ମିଳିବା ଆରମ୍ଭ ହେଲାଣି। ତେବେ କିଏ ଓ କାହିଁକି ଏପରି ଧମକ ଦେଉଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନି।
ବର୍ତ୍ତମାନ ଫିଲ୍ମର ଟ୍ରେଲର ଲଞ୍ଚ ହୋଇଛି। ଏହା ଲଞ୍ଚ ବେଳେ ଅଭିନେତାଙ୍କୁ ଫୋନ୍ ଯୋଗେ ଧମକ ମିଳିଛି। ଏନେଇ ସ୍ପଷ୍ଟ କରିଛନ୍ତି ଅଭିନେତା ବିକ୍ରାନ୍ତ। ଏଥିସହ ସେ କହିଛନ୍ତି, ଆମେ କଳାକାର। ବିଭିନ୍ନ ଚରିତ୍ରରେ ଅଭିନୟ କରିବା ଆମ କାମ। ଏହି ଫିଲ୍ମଟି ଏକ ସତ କାହାଣୀ ଉପରେ ଆଧାରିତ। ଏହାକୁ ନେଇ ଆମକୁ କିଛି ପ୍ରତିବନ୍ଧର ସାମ୍ନା କରିବାକୁ ପଡ଼ୁଥିବା ବେଳେ ଏକ ଟିମ୍ ଭାବେ ଆମେ ଏହାର ମୁକାବିଲା କରିବୁ।
ଏହି ଫିଲ୍ମରେ ବିକ୍ରାନ୍ତ ମେସି ଲିଡ ରୋଲରେ ଥିବା ବେଳେ ତାଙ୍କ ଅପୋଜିଟରେ ରିଧି ଡୋଗରା ଓ ରାଶି ଖନ୍ନା ମୁଖ୍ୟ ନାୟିକା ରୋଲ ପ୍ଲେ କରିଛନ୍ତି। ଧୀରଜ ସରନା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏକତା କପୁର ଏହାର ପ୍ରଡକ୍ସନ ଦାୟିତ୍ୱ ସମ୍ଭାଳିଛନ୍ତି।
Comments are closed.