ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ସୃଷ୍ଟି ହୋଇଛି ୨୦ ଫୁଟର ଘାଇ । ଘାଇ ଯୋଗୁ ଗାଁ ଭିତରେ କେନାଲ ପାଣି ପଶିଯିବା ସହ ଆଖପାଖ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଯାଇଛି । ଫଳରେ ଶହ ଶହ ହେକ୍ଟର ଚାଷ ଜମି ମଧ୍ୟ ଜଳମଗ୍ନ ହୋଇଛି ।
ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଦେପୁର ଗାଁ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ଘାଇ ହୋଇଥିଲା । ରାତିରେ ସମସ୍ତେ ଶୋଇଥିବା ବେଳେ ହଠାତ୍ ଗାଁ ଭିତରେ ପାଣି ପଶିଯାଇଥିଲା । ଘରେ ଘରେ ପାଣି ପଶି ଆସବାବପତ୍ର ନଷ୍ଟ ସହିତ ରାସ୍ତା ଉପରେ ୫ ଫୁଟ ର ପାଣି ଚାଲିଛି । ଘର ଭିତରେ ପାଣି ଦେଖି ଲୋକମାନେ କୌଣସିକ୍ରମେ ଘର ବାହାରକୁ ବାହାରିଥିଲେ । ହେଲେ ସମସ୍ତ ସାମଗ୍ରୀ ଏବଂ ଆସବାବପତ୍ର ନଷ୍ଟ ହୋଇଯାଇଛି ।
ଘଟଣା ସ୍ଥଳରେ ଉପର ଇନ୍ଦ୍ରାବତୀ ଜଳ ସେଚନ ବିଭାଗର ବରିଷ୍ଠ ଅଧିକାରୀ, ସ୍ଥାନୀୟ ବିଡ଼ିଓ ଓ ତହସିଲଦାର ପହଞ୍ଚି କ୍ଷୟ କ୍ଷତିର ଆକଳନ କରୁଛନ୍ତି l ତେବେ ଆସନ୍ତା ଦିନ ଦୁଇ ଦିନ ମଧ୍ୟରେ ଘାଇ ମରାମତି କରାଯାଇ କେନାଲ ରେ ଜଳସେଚନ ର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।
Comments are closed.