Latest Odisha News

BREAKING NEWS

ବଜ୍ରପାତରେ ଜଳିଗଲା ଦୁଇ ବଖରା ଘର,୨ ଆହତ

କୁଜଙ୍ଗ: ବରିହାଡିହା ଗାଁରେ ଅଘଟଣ । ବଜ୍ରପାତରେ ଜଳିଗଲା ଦୁଇ ବଖରା ଘର । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବରିହାଡିହା ଗାଁରେ ବଜ୍ରପାତରେ ଦୁଇ ବଖରା ଘର ଜଳିଯିବା ସହ ୨ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କାଳବୈଶାଖୀ ବର୍ଷା, ପବନ ସହ ବଜ୍ରପାତ ହୋଇଥିଲା । ଏହି ସମୟରେ ହଠାତ୍‌ ବଜ୍ରପାତ ପଡିବାରୁ ଦୁଇବଖରା ଘର ପୋଡିଯିବା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି । ଆହତମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

 

 

Leave A Reply

Your email address will not be published.