ବହୁତ ସହର ଓ ଗାଁ ବିଷୟରେ ଆପଣ ହୁଏତ ଶୁଣିଥିବେ ଅନେକ ଚମତ୍କାର କାହାଣୀ । ଦୁନିଆରେ ବହୁତ ଗାଁ ଅଛି; ଯାହାର ଏଭଳି କିଛି କାରଣରୁ ସ୍ୱତନ୍ତ୍ର ପରିଚୟ ରହିଛି । କେଉଁଠି ଖାଦ୍ୟପେୟ, ଚଳଣୀ, ପରମ୍ପରା ଓ ସଂସ୍କୃତି ନିଆରା ହୋଇଥାଏ ତ ଆଉ କେଉଁଠି ଥାଏ ଅଜବ ଘଟଣା । ହେଲେ ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହୁଛୁ ଯେଉଁଠି ସବୁ ଲୋକ ଦୃଷ୍ଟିହୀନ । ଏମିତି କି ଏଠାରେ ଥିବା ପଶୁପକ୍ଷୀ ମଧ୍ୟ ଦୃଷ୍ଟିବାଧିତ ।
ମେସ୍କିକୋର ସହରତଳି ଅଂଚଳରେ ରହିଛି ଟିଲ୍ଟେପକ ଗାଁ । ଗାଁରେ ପ୍ରାୟ ୩୦୦ ଲୋକ ବସବାସ କରିଥାନ୍ତି । ତେବେ ଏହି ଗାଁର ଆଚମ୍ବିତ ଘଟଣା ହେଲା ଏଠାକାର ସବୁ ଲୋକ ଦୃଷ୍ଟିହୀନ । କୁହାଯାଏ, ଜନ୍ମ ବେଳେ ଏଠାକାର ସବୁ ପିଲା ସୁସ୍ଥ ଭାବେ ଜନ୍ମ ନେଇଥାନ୍ତି । ହେଲେ ଜନ୍ମର କିଛି ଦିନ ପରେ ଧୀରେ ଧୀରେ ସେମାନେ ଦୃଷ୍ଟିଶକ୍ତି ହରାଇ ବସିଥାନ୍ତି । ଏହି ଗାଁଟି ମୁଖ୍ୟ ରାସ୍ତା କଡ଼ରେ ଅବସ୍ଥିତ । ଗାଁରେ ପ୍ରାୟ ୭୦ଟି ଚାଳ ଘର ରହିଛି । ଆଶ୍ଚର୍ଯ୍ୟର କଥା, କୌଣସି ଘରେ କବାଟ କି ଝରକା ନାହିଁ । କାରଣ ଗାଁ ସାରା ଲୋକେ ଦୃଷ୍ଟିହୀନ ଥିବାରୁ ଆଲୋକର ଆବଶ୍ୟକ ପଡ଼େ ନାହିଁ । ଏମାନେ ପଶୁପକ୍ଷୀଙ୍କ ଶବ୍ଦରୁ ସକାଳ ହେଉଥିବା ଜାଣିବାକୁ ପାଇଥାନ୍ତି । ସନ୍ଧ୍ୟା ହେଲେ ଗାଁ ସାରା ଲୋକେ ଗୋଟିଏ ସ୍ଥାନରେ ଏକାଠି ହୋଇ ଖାଇଥାନ୍ତି । ମଦ ପିଇ ନାଚଗୀତରେ ମାତିଥାନ୍ତି ।
ସ୍ଥାନୀୟ ଲୋକଙ୍କ କହିବା କଥା ହେଲା; ଏଠାରେ ଏକ ଲାବଜୁଏଜା ନାମକ ଏକ ଗଛ ରହିଛି । ଏହାକୁ ଦେଖିଲେ ଲୋକେ ଦୃଷ୍ଟିଶକ୍ତି ହରାଇଥାନ୍ତି । ଏଥିରେ କୌଣସି ସତ୍ୟତା ନ ଥିବା ଚିକିତ୍ସା ବିଜ୍ଞାନୀଙ୍କ ମତ । କାରଣ ଏଠାକୁ ଆସୁଥିବା କୌଣସି ବି ପର୍ଯ୍ୟଟକ ଚର୍ଚ୍ଚିତ ଗଛକୁ ଦେଖି ଏ ପର୍ଯ୍ୟନ୍ତ ଦୃଷ୍ଟିଶକ୍ତି ହରାଇଥିବାର ପ୍ରମାଣ ନାହିଁ । ଚିକିତ୍ସା ବିଜ୍ଞାନୀଙ୍କ ମତରେ; ଏଠାକାର ଲୋକ ଅନ୍ଧ ହେବାର ମୁଖ୍ୟକାରଣ ହେଉଛି କିଟାଣୁ । ଏକ କଳା ଛୋଟ ପୋକ କାମୁଡ଼ିବା ଦ୍ୱାରା ଏହାର ବିଷ ଶରୀରରେ ବ୍ୟାପି ଯାଇଥାଏ , ଯାହାଦ୍ୱାରା ସେମାନଙ୍କ ଚକ୍ଷୁ କୋଷ କାମ କରିବା ବନ୍ଦ ହୋଇଯାଇଥାଏ । ତେଣୁ ଜଣେ ଲୋକ ଶୀଘ୍ର ଅନ୍ଦ ହୋଇଯାଇଥାଏ । ଏହି ଗାଁରେ ଥିବା ପଶୁପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ପ୍ରତିକ୍ରିିୟା ଦେଖାଦିଏ, ଯେଉଁ କାରଣରୁ ସେମାନେ ଦୃଷ୍ଟିବାଧିତା ହୋଇଥାନ୍ତି ।
BREAKING NEWS
- Mahanadi Tribunal: ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ
- Operation Trashi‑I: ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା; ୩ ଆତଙ୍କବାଦୀ ନିହତ
- Elephant Death: ବେଲଘର ହାତୀ ମୃତ୍ୟୁ ଘଟଣା: ଆଉ ୩ ଶିକାରୀ ଗିରଫ
- ରାଜଧାନୀରେ ବାଇକକୁ ପିଟିଲା କାର୍; ୫ ଆହତ
- କିଟ୍ ଓ କିସ୍ ପରିଦର୍ଶନ କଲେ ଆମାଜନ ଆଇନ୍ ମୁଖ୍ୟ ଡାଭିଡ୍
- ନ୍ୟୁୟର୍କକୁ ଏୟାର ଇଣ୍ଡିଆର ବିମାନ ସେବା ବାତିଲ, ଜାଣନ୍ତୁ କାହିଁକି…
- Policemen found shot dead: ASI ଓ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା ; ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟର ଏଙ୍ଗଲରୁ ତଦନ୍ତ
- ଝାରସୁଗୁଡ଼ା ଦୁର୍ଘଟଣା; ମୃତ ୫ ପୋଲିସ ଅଧିକାରୀଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା
- ସୁପର ଏଇଟରେ ଶ୍ରୀଲଙ୍କାକୁ ହରାଇଲା ଇଂଲଣ୍ଡ
- ‘ଅପରେସନ ସାଇବର କବଚ’: ୩୬୨୫ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୧୮୭ଜଣ ଅଭିଯୁକ୍ତ ଗିରଫ
Comments are closed.