Latest Odisha News

BREAKING NEWS

କଟକରେ ଦୁର୍ଗାପୂଜା ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି

କଟକ : ଦୁର୍ଗାପୂଜାକୁ ନେଇ କମିଶନରେଟ୍‌ ପୋଲିସର ପ୍ରସ୍ତୁତି । କଟକ ସହରରେ ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା କରିବା ପାଇଁ କମିଶନରେଟ୍‌ ପୋଲିସ ସହଯୋଗରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି  । ସେଥିପାଇଁ  ସହରକୁ ୫୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ଜଗିବେ ବୋଲି କହିଛନ୍ତି କମିଶନରେଟ୍‌ ପୋଲିସର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ସହରରେ ୩୧ଟି ଏଡପୋଷ୍ଟ, ଭସାଣି ପାଇ ୧୪ଟି ଏଡପୋଷ୍ଟ କରାଯାଇଛି। ୨୦ଟି ପିସିଆର, ୩ଟି ସ୍ପେସିଆଲ ମୋବାଇଲ, ୪୦ଟି ବାଇକ ପିସିଆର, କୁଇକ ରିଆକ୍ସନ ଟିମଙ୍କୁ ମୁତୟନ କରାଯାଇଛି। ଭସାଣିରେ ରାତି ୧୨ଟା ପର୍ଯ୍ୟନ୍ତ ମ୍ୟୁଜିକାଲ ବାଦ୍ୟ ବଜାଇପାରିବେ। ଏହା ସହ  କଟକରେ ୬ ଜଣ ଡିସିପି,  ଅତିରିକ୍ତ  ଡିସିପି ରାଙ୍କର ୪୦ ଅଫିସର, ୫୫ ଜଣ ଇନ୍ସପେକ୍ଟର, ଟ୍ରାଫିକ ପୁଲିସ, ହୋମଗାର୍ଡ ମୁତୟନ ହେବେ।

ବିଭିନ୍ନ ସ୍ଥାନରେ ୩୦୦ରୁ ଉର୍ଦ୍ଧ୍ବ ସିସିଟିଭି କ୍ୟାମେରା ଲାଗିଛି। ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ ,ଷ୍ଟ୍ରାଇକିଙ୍ଗ ଫୋର୍ସ, କ୍ୱିକ୍‌ ରେସ୍‌ପନ୍ସ ଟିମ୍‌  ମଧ୍ୟ ମୁତୟନ ହେବ  ।  ଆଇନ ଉଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ଏହାସହ  କିଛି ମେଢ଼ରେ ଜିପିଏସ ଲଗାଯିବ ବୋଲି ବୋଲି ସୂଚନା ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

 

 

Leave A Reply

Your email address will not be published.