Latest Odisha News

BREAKING NEWS

ଏମିତି ଗାଁ, ଯେଉଁଠି ଲୋକେ ଠେଙ୍ଗାବାଡ଼ି ଧରି ଅତିଥିଙ୍କୁ ସ୍ୱାଗତ କରନ୍ତି, କାରଣ ଜାଣିଲେ ହେବେ ଚକିତ

ବିହାର: ଭାରତୀୟ ସଂସ୍କୃତିରେ ଯଦି ଆପଣଙ୍କ କାହା ଘରକୁ ଯାଆନ୍ତି, ସେଠାରେ ସେମାନେ ଆପଣଙ୍କୁ ଖୁସିରେ କବାଟ ଖୋଲି ସ୍ୱାଗତ କରନ୍ତି । କିନ୍ତୁ ବିହାରରେ ଏମିତି ଏକ ଗାଁ ଅଛି, ଯେଉଁଠିକି ଆପଣ ଯିବେ, ଏଠାକାର ଲୋକମାନେ ଆପଣଙ୍କୁ ହାତରେ ଠେଙ୍ଗାବାଡ଼ି ଧରି ସ୍ୱାଗତ କରିିବେ । ଏବେ ଏହି ଗାଁକୁ ଯିବାକୁ ଲୋକେ ଭୟ କରୁଛନ୍ତି । ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବିହାର ଜାମୁଇ ଜିଲ୍ଲାର ଖାଇରା ବ୍ଲକ ଅନ୍ତର୍ଗତ ଜୋଗାଜିଙ୍ଗୋଇ ଗାଁରେ ଏପରି କିଛି ଘଟିଛି ଯାହା ବର୍ତ୍ତମାନ ଲୋକମାନେ ବିନା ଠେଙ୍ଗାବାଡ଼ିରେ ଘରୁ ବାହାରକୁ ଯିବାକୁ ସାହସ କରୁନାହାନ୍ତି । ଗାଁ ଲୋକେ କୌଣସି କାମରେ ବାହାରକୁ ଯାଇଥିଲେ ସନ୍ଧ୍ୟା ହେବା ପୂର୍ବରୁ ଘରକୁ ଫେରି ଆସୁଛନ୍ତି । ସନ୍ଧ୍ୟା ହେବା ମାତ୍ରେ ଲୋକମାନେ ନିଜ ଘରର ତାଟିକବାଟ ଦେଇ ରହୁଛନ୍ତି । ପ୍ରତ୍ୟେକ ଲୋକ ଘରଦ୍ୱାରରେ ବାଡ଼ି ଧରି ବସି ରହୁଛନ୍ତି । ବିଶେଷକରି ଶିଶୁ ଏବଂ ବୃଦ୍ଧଙ୍କ ସୁରକ୍ଷା ପାଇଁ ଲୋକମାନେ ଏହା କରୁଛନ୍ତି ।

ଗ୍ରାମବାସୀଙ୍କ କହିବା କଥା, ଏହି ଗାଁରେ ଏବେ କୁକୁର ଆତଙ୍କ ଦେଖାଦେଇଛି । ଦିନକୁ ଦିନ କୁକୁର କାମୁଡ଼ା ଘଟଣା ବୃଦ୍ଧି ପାଉଛି । ଦୁଇଟି କୁକୁର କ୍ରମାଗତ ଭାବରେ ଲୋକଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୮୦ ରୁ ଅଧିକ ଲୋକଙ୍କୁ କାମୁଡ଼ି ସାରିଲେଣି । ଛୋଟ ପିଲାମାନେ ଘର ବାହାରକୁ ଖେଳିବାକୁ ଆସିବା ମାତ୍ରେ କେଉଁଠି ଲୁଚି ରହିଥିବା ଏହି କୁକୁର ଦୁଇଟି ହଠାତ୍ ଆସି କାମୁଡ଼ୁଛନ୍ତି । ସେହିପରି କୌଣସି ବ୍ୟକ୍ତି ଘରୁ ବାହାରକୁ ବାହାରିଲେ ବି କୁକୁର ସେମାନଙ୍କୁ ଆକ୍ରମଣ କରୁଛନ୍ତି । ଏଭଳି ପରିସ୍ଥିତିରେ ଲୋକମାନେ ଭୟଭୀତ ହୋଇ ରହିଛନ୍ତି । ତେଣୁ ଯେ କେହି ଘରୁ ବାହାରିଲେ ହାତରେ ଠେଙ୍ଗାବାଡ଼ି ଧରି ବାହାରୁଛନ୍ତି । ଗ୍ରାମବାସୀ କୁକୁର ଦୁଇଟିକୁ ଧରିବାକୁ ଚେଷ୍ଟା କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସକ୍ଷମ ହୋଇପାରି ନାହାନ୍ତି ।

Leave A Reply

Your email address will not be published.