Latest Odisha News

BREAKING NEWS

ପିଲା ଚୋର ସନ୍ଦେହରେ ମାଡ଼ 

ସୋର : ଅଜଣା ବ୍ୟକ୍ତିଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗାଁ ଲୋକ । ପିଲା ଚୋର ସନ୍ଦେହରେ ଲୋକେ ମାଡ଼ ମାରିଥିବା ଜଣାପଡିଛି । ବାଲେଶ୍ବର ଜିଲ୍ଲା  ସିମୁଳିଆ ଥାନା ବେତଡ଼ା ଥାନା ସଜନାପୁର ଛକ ନିକଟରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ବେତଡା ପାହିତୋରଣା ଅଞ୍ଚଳର ନିରଞନ ଦାସଙ୍କ ନାବାଳକ ପୁଅ ବିଦ୍ୟାଧର ସାଙ୍ଗମାନଙ୍କ ବୁଲିବାକୁ ଯାଇଥିଲା । ଠିକ୍‌ ଏହି ସମୟରେ ଜଣେ ଅଜଣା ଲୋକ ତାକୁ ଧରି ନେବାକୁ ଚେଷ୍ଟା କରୁଥିବା ବେଳେ  ଗ୍ରାମବାସୀ ଅଟକାଇଥିଲେ । କିଛି ବୁଝିବା ଆଗରୁ ଉକ୍ତ ବ୍ୟକ୍ତି ଜଣଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ମାଡ ମାରିଥିଲେ ଗ୍ରାମବାସୀ । ଏହାପରେ ସିମୁଳିଆ ପୋଲିସକୁ ଖବର ଦେଇଥିଲେ । ସିମୁଳିଆ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଜଣା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

 

Leave A Reply

Your email address will not be published.