Latest Odisha News

BREAKING NEWS

ବ୍ରହ୍ମପୁତ୍ର ନଦୀ ଉପରେ ବୃହତ ବନ୍ଧ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି ଚୀନ୍‌; ଭାରତ ପାଇଁ ବଢିପାରେ ବିପଦ

ନୂଆଦିଲ୍ଲୀ: ତିବ୍ଦତର ବ୍ରହ୍ମପୁତ୍ର ନଦୀ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଧ ନିର୍ମାଣ ପାଇଁ ଚୀନ୍ ପ୍ରସ୍ତୁତ ହେଉଛି। ରିପୋର୍ଟ ଅନୁଯାୟୀ ଯେ ବ୍ରହ୍ମପୁତ୍ର ନଦୀରେ ଚୀନ୍ ଦ୍ୱାରା ଏହି ଡ୍ୟାମ୍ ନିର୍ମାଣ ଭାରତ ପାଇଁ ବିପଦ ସୃଷ୍ଟି କରିପାରେ ଏବଂ ଭବିଷ୍ୟତରେ ଭାରତ ସହ ଯୁଦ୍ଧ ହେବାର ଆଶଙ୍କା ମଧ୍ୟ ରହିଛି। ରିପୋର୍ଟ ଅନୁଯାୟୀ ଚୀନ୍ ବିଶ୍ୱର ସର୍ବୋଚ୍ଚ ନଦୀ ୟାରଲୁଙ୍ଗ ଜଙ୍ଗବୋ ନଦୀ (ବ୍ରହ୍ମପୁତ୍ରର ତିବ୍ଦତୀୟ ନାମ) ଉପରେ ଏକ ବନ୍ଧ ନିର୍ମାଣ କରିବାକୁ ଯୋଜନା କରିଛି, ଯାହା ଭାରତ ସହ ବିବାଦ ସୃଷ୍ଟି କରିବାର ସମ୍ଭାବନା ରହିଛି।

ଚୀନ୍ ୟର୍ଲୁଙ୍ଗ ଜଙ୍ଗବୋ ନଦୀ ଉପରେ ଏକ ବୃହତ ବନ୍ଧ ନିର୍ମାଣ କରିବାକୁ ଯୋଜନା କରିଛି, ଯାହା ତିବ୍ଦତ ଦେଇ ପ୍ରବାହିତ ହୁଏ ଏବଂ ଭାରତରେ ପ୍ରବେଶ କରିବା ମାତ୍ରେ ବ୍ରହ୍ମପୁତ୍ର ନଦୀରେ ପରିଣତ ହୁଏ। ଏସିଆ ଟାଇମ୍ସ ରିପୋର୍ଟ କରିଛି ଯେ ଚୀନ୍ ସହିତ ଆନ୍ତରିକ ସମ୍ପର୍କ ରଖିଥିବା ବାଂଲାଦେଶ ମଧ୍ୟ ୟାରଲୁଙ୍ଗ ଜଙ୍ଗବୋ ନଦୀ ବନ୍ଧକୁ ବିରୋଧ କରିଛି।

Leave A Reply

Your email address will not be published.