Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଗାଁକୁ ନାହିଁ ରାସ୍ତା। ନଈର ଭରା ପାଣିରେ ପାର ହେଉଛି ରୋଗୀ

ଢେଙ୍କାନାଳ : ଲଗାଣ ବର୍ଷା , ଉଛୁଳା ନଈ। ଆଉ ସେହି ନଦୀ ପାଣି ଭିତରେ ପଶି ପାର ହୋଇଯାଇଛି ରୋଗୀ । ଶରୀର ଅସୁସ୍ଥ ହୋଇପଡ଼ିଥିବା ବେଳେ ଜଣେ ରୋଗୀକୁ ଭାରରେ ବୁହା ହେଇ ନିଆଯାଉଛି । ତାହା ପୁଣି ଭରା ନଦୀରେ । ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ବାଧ୍ୟ ହୋଇ ଭରା ପାଣି ଭିତରେ ପଶି ରୋଗୀକୁ ଚିକିତ୍ସା ପାଇଁ ମେଡିକାଲ ନେଇ ଯାଉଛନ୍ତି ।

ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ କଙ୍କଡାହାଡ ବ୍ଲକ ଏକୁଲ–ସେକୁଲରେ । ଗାଁରେ ରାସ୍ତା କି ଚିକିତ୍ସା ପାଇଁ କୌଣସି ସୁବିଧା ନାହିଁ। ଯାହା ପାଇଁ ଲୋକେ ବାଧ୍ୟ ହୋଇ ଖଟିଆରେ ବୋହି ନେଉଛନ୍ତି ଆମ୍ବୁଲାନ୍ସ ପର୍ଯ୍ୟନ୍ତ । ବହୁବାର ଲୋକଙ୍କ ଅଭିଯୋଗ ଗାଁକୁ ରାସ୍ତାଟିଏ ପାଇଁ । ହେଲେ ଗାଁର ଅନ୍ୟ ସମସ୍ତ ସମସ୍ୟା ସହ ଏହି ରାସ୍ତା ସମସ୍ୟା ଯେମିତି ସବୁଠୁ ବଡ଼ ସମସ୍ୟା ପାଲଟିଛି । ବଣ ପାହାଡ ଘେରା ଅଞ୍ଚଳ ହୋଇଥିବା ବେଳେ ଗମନା ଗମନ ନେଇ କୌଣସି ସୁବିଧା ନାହିଁ । ଖାସ୍ କରି ବର୍ଷା ଦିନ ଆସିଗଲେ ଲୋକେ ଘରୁ ବାହାରିବା ବି ମୁସ୍କିଲ ହୋଇପଡ଼ିଛି ।

ରାସ୍ତା ସମସ୍ୟା ସହ ସ୍ୱାସ୍ଥ୍ୟ ସେବାର ଏହିଭଳି ଦୟନୀୟ ଚିତ୍ର ପ୍ରତିଥର ଦେଖିବାକୁ ମିଳୁଛି । ହେଲେ କେବେ ଏହି ସମସ୍ୟାର ସମାଧାନ ହେବ ତାରି ଅପେକ୍ଷାରେ ରହିଛନ୍ତି ଗାଁର ଲୋକେ। . ..

Leave A Reply

Your email address will not be published.