Latest Odisha News

ଗୁଣି ଗାରେଡି ସନ୍ଦେହ: ଗୋଟିଏ ପରିବାରର ୫ଙ୍କୁ ହତ୍ୟା

ମାଲକାନଗିରି: ପୁଣି ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡର ସୁକମା ଜିଲ୍ଲାର କୋଣ୍ଟା ଥାନା ଅନ୍ତର୍ଗତ ଇଟାଲ ଗାଁରେ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା ଓ ୨ ଜଣ ପୁରୁଷ । ସେମାନେ ହେଲେ ମୌସମ କନ୍ନାର ଓ ତାଙ୍କ ସ୍ତ୍ରୀ ମୌସମ ବିରି, ପୁଅ ମୌସମ୍‌ ବୁଚା, କର୍କା ଲାଚି ଓ ମୌସମ ଅର୍ଜୋ ।

ମିଳିଥିବା ସୂଚନା ଅନୂସାରେ, ଇଟାଲ ଗାଁରେ ନିକଟରେ କିଛି ଲୋକଙ୍କ ମୃତ୍ୟୁକୁ ନେଇ ମୌସମ କନ୍ନାର ନାମକ ବ୍ୟକ୍ତିଙ୍କ ପରିବାର ଉପରେ ଗାଁ ଲୋକେ ସନ୍ଦେହ କରିଥିଲେ । ଏହାପରେ ମୌସମ କନ୍ନାରଙ୍କ ଘରେ ପଶି ୫ ଜଣଙ୍କୁ ହତ୍ୟା କରିଛନ୍ତି ଗ୍ରାମବାସୀ ।

ଖବରପାଇ କୋଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତ ।

Comments are closed.