ଢେଙ୍କାନାଳ : ମାତିଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରେ ଲୋକଙ୍କ ଆଖି ଆଗରେ କରୁଛନ୍ତି ଲୁଟ । ମୋବାଇଲ ଲୁଟେରାଙ୍କୁ କାବୁ କଲେ ଗାଁ ଲୋକ । ଢେଙ୍କାନାଳ ଭୁବନ ଥାନା ଅନ୍ତର୍ଗତ ପରିବା ବଜାରରେ ଏପରି ଘଟଣା ଘଟିଛି । ଅଭିଯୁକ୍ତ ଲୁଟେରା ମାନଙ୍କ ନିକଟରୁ ୩ଟି ମୋବାଇଲ ଓ ଗୋଟିଏ ମୋଟର ସାଇକେଲ ଜବତ କରିଛନ୍ତି ଗ୍ରାମବାସୀ ।
ସୂଚନା ଅନୁସାରେ ଲୋକମାନେ ପରିବା କିଣିବା ସମୟରେ ଜଣେ ଶିକ୍ଷକଙ୍କ ମୋବାଇଲ ହଠାତ ଚୋରି ହୋଇଯାଇଥିଲା । ପରେ ଆଉ ଜଣଙ୍କ ମୋବାଇଲ ମଧ୍ୟ ବଜାରରୁ ଚୋରି ହୋଇଯାଇଥିଲା । ଏହି ଘଟଣା ପ୍ରଘଟ ହେବା ପରେ ହାଟ ବଜାର କମିଟି ଲୋକମାନେ ବଜାରର ସମସ୍ତ ବାଟ ବନ୍ଦ କରିଦେଇଥିଲେ । ପ୍ରତ୍ୟେକ ଲୋକଙ୍କୁ ତଲାସୀ କରାଯାଇଥିବା ବେଳେ ଦୁଇ ଜଣ ଲୁଟେରା ଧରାପଡିଥିଲେ । ପରେ ଅଭିଯୁକ୍ତ ମାନଙ୍କ ଠାରୁ ୩ ଟି ମୋବାଇଲ ସହ ଗାଡି ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ପୋଲିସର ଜିମା ଦିଆଯାଇଛି ।
Comments are closed.