Latest Odisha News

BREAKING NEWS

ଜଙ୍ଗଲ ଜମିରେ ବୃକ୍ଷରୋପଣ କରିବାକୁ ନେଇ ବନ ବିଭାଗ ଓ ଗ୍ରାମବାସୀ ମୁହାଁମୁହିଁ

ମହାକାଳପଡ଼ା: ବନବିଭାଗ ପକ୍ଷରୁ ଜଙ୍ଗଲ କିସମ ଜମିରେ ବୃକ୍ଷରୋପଣ କରିବାକୁ ଯିବା ସମୟରେ ଗ୍ରାମବାସୀଙ୍କ ବିରୋଧ । ସୂଚନାଥାଉକି, କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଜମ୍ବୁ ପଞ୍ଚାୟତର କଣ୍ଡରାପାଟିଆ ଗ୍ରାମରେ ପ୍ରାୟ ୧୭୦ ଏକର ଜଙ୍ଗଲ କିସମ ଜମି ରହିଛି ।  କିନ୍ତୁ ଉକ୍ତ ଗ୍ରାମର ପ୍ରାୟ ୭୭ଟି ପରିବାର ସେଠାରେ ଦୀର୍ଘ ଦିନ ହେବ ବସବାସ କରିବା ସହ ଚାଷ କରୁଥିଲେ । ଏବେ ବନ ବିଭାଗ ଉକ୍ତ ଜଙ୍ଗଲ କିସମ ଜମିରେ ବୃକ୍ଷରୋପଣ କରିବାକୁ ଯୋଜନା କରିଛି ।ଏନେଇ ବନ ବିଭାଗ ପକ୍ଷରୁ ଗତ ମାସ ୨୨ ତାରିଖରେ ଜମ୍ବୁ ପଞ୍ଚାୟତ କାର୍ଯ୍ୟାଳୟରେ କଣ୍ଡରାପାଟିଆ ଗ୍ରାମବାସୀଙ୍କୁ ନେଇ ସଭା କରାଯାଇଥିଲା। ଜଙ୍ଗଲ କିସମ ଜମିକୁ ଛାଡ଼ି ଦେବାକୁ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଥିଲା।

କିନ୍ତୁ ଆଜି ବନବିଭାଗ ପକ୍ଷରୁ ଉକ୍ତ ଗ୍ରାମରେ ଥିବା ଜଙ୍ଗଲ କିସମ ଜମିରେ ବୃକ୍ଷରୋପଣ କରିବାକୁ ଯିବା ସମୟରେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଛନ୍ତି ।ଗ୍ରାମବାସୀମାନେ ଗାଁ ମୁଣ୍ଡ ରାସ୍ତା ଉପରେ ନିଜର ପିଲାମାନଙ୍କୁ ଧରି ରାସ୍ତା ଅବରୋଧ କରି ବସି ରହିଛନ୍ତି ।

ଫଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

 

 

Leave A Reply

Your email address will not be published.