Latest Odisha News

BREAKING NEWS

କେତନ ହତ୍ୟା ମାମଲାରେ ବଡ଼ ଖୁଲାସା: ସିଆ ଏବଂ ଚେତନଙ୍କ ‘ସିକ୍ରେଟ୍ ୱେଡିଂ’…

ପୁଣେ: ମହାରାଷ୍ଟ୍ରର ଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ପୋଲିସ ସୂତ୍ର ଅନୁଯାୟୀ, କେତନଙ୍କ ମଙ୍ଗେତର ସିଆ ଗୋଏଲ ମାତ୍ର ଚାରି ମାସ ପୂର୍ବରୁ ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କୁ ବିବାହ କରିଥିଲେ।

କେତନଙ୍କ ହତ୍ୟା ମାମଲାରେ ସିଆ ଏବଂ ଚେତନ ଚୌଧୁରୀ ଜେଲରେ ଥିବା ବେଳେ ପୋଲିସ ଏବେ ମାମଲାକୁ ଆହୁରି ମଜବୁତ କରିବା ପାଇଁ ଖୋଳତାଡ କରୁଛି। ପୋଲିସ ସିଆ ଗୋଏଲଙ୍କ ଦୁଇ କଲେଜ ବନ୍ଧୁଙ୍କୁ ମଧ୍ୟ ପଚରାଉଚରା କରୁଛି।

ସୂତ୍ର ଅନୁସାରେ ପୁଣେ ରିଅଲ ଇଷ୍ଟେଟ୍ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ସହ ନିର୍ବନ୍ଧ ପରେ ସିଆ ଗୋଏଲ ଲୁଚି ଲୁଚି ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କୁ ବିବାହ କରିଥିଲେ। ୨୦ ବର୍ଷୀୟା ସିଆ ଗୋଏଲ ଏବଂ ୨୫ ବର୍ଷୀୟା ଅଗ୍ରୱାଲଙ୍କ ବିବାହ ନଭେମ୍ବରରେ ହେବାର ଥିଲା। ଜୁନ୍ ୧୮ ତାରିଖରେ ପୁଣେର ଲୋହାଗଡ ଦୁର୍ଗରୁ ପଡ଼ି କେତନ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଅଭିଯୋଗ କରିଛି ଯେ ଏହା ସିଆ ଗୋୟଲଙ୍କ ଦ୍ୱାରା ପରିଚାଳିତ ଏକ ଷଡ଼ଯନ୍ତ୍ର ଥିଲା କାରଣ ସେ ବିବାହ କରିବାକୁ ଚାହୁଁ ନଥିଲେ।

ପୁଣେ ପୋଲିସ ଏବେ ଏହି ଘଟଣାରେ ତଦନ୍ତ କରୁଛି ଯେ ଗୋୟଲ ଏବଂ ତାଙ୍କ ପ୍ରେମିକ ଚୌଧୁରୀ ଚାରି ମାସ ପୂର୍ବେ ଏକ ସ୍ଥାନୀୟ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଗୁପ୍ତ ଭାବରେ ବିବାହ କରିଥିଲେ କି ନାହିଁ। ଗୋୟଲଙ୍କ ଦୁଇ କଲେଜ ବନ୍ଧୁ, ଯେଉଁମାନେ ସାକ୍ଷୀ ଭାବରେ ଦସ୍ତଖତ କରିଥିଲେ ସେମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଏପଟେ ସ୍ୱତନ୍ତ୍ର ବିବାହ ଆଇନ ଅନୁଯାୟୀ ବିବାହ ପ୍ରମାଣପତ୍ର ଅଛି କି ନାହିଁ ତାହା ପୋଲିସ ଯାଞ୍ଚ କରୁଛି।

Comments are closed.