Latest Odisha News

BREAKING NEWS

ପୁଞ୍ଜାପାଇ ଭରା ନଈରୁ ଉଦ୍ଧାର ହେଲେ ମା’ ଓ ପୁଅ

ରାୟଗଡ଼ା : ଲଗାଣ ବର୍ଷା । ଉଛୁଳା ନଈ। ଆଉ ସେହି ଉଛୁଳା ଭରା ନଈ ମଝିରେ ଫସିଯାଇଛନ୍ତି ମାଆ -ପୁଅ। ଏମିତି ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଥିଲା ରାୟଗଡ଼ା କୁମ୍ବିକୋଟା ପୁଞ୍ଜାପାଇ ଗାଁରେ।

ଗାଁରେ ରାସ୍ତା ସମସ୍ୟା। କିଛି କାମ ପାଇଁ ଗଲେ ନଦୀ ଏକମାତ୍ର ଭରସା। ଗାଁର ନନ୍ଦିନୀ କାଡ୍ରାକା କିଛି କାମରେ ନଦୀ ପାର ହୋଇ ଯାଇଥିଲେ। ହେଲେ ଫେରିବା ବେଳକୁ ମଝି ନଈରେ ଫସିଯାଇଥିଲେ ମାଆ ଆଉ ପୁଅ। ଉପର ମୁଣ୍ଡରୁ ବନ୍ୟା ପାଣି ମାଡ଼ି ଆସିଥିବା ବେଳେ ଉଭୟଙ୍କୁ କିଛି ଦୂର ଭସାଇ ନେଇଥିଲା। ତେବେ ମହିଳା ଜଣକ ନିଜ ଶିଶୁକୁ ଜାବୁଡ଼ି ଧରିବା ସହିତ ସହାୟତାପାଇଁ ଚିତ୍କାର କରିଥିଲେ ।
କିଛି ସ୍ଥାନୀୟ ଯୁବକ ପାଣି ଭିତରୁ ସେମାନଙ୍କୁ ଉଦ୍ଧାର କରିଥିଲେ । ଦୀର୍ଘ ୩ ଘଣ୍ଟାର କସରତ ପରେ ମାଆ ଓ ଛୁଆ ଦୁଇ ଜଣ ଅଳ୍ପକେ ଗଣ୍ଡ ଭିତରୁ ରକ୍ଷା ପାଇଯାଇଛନ୍ତି ।

ଏହି ଯୁବକ ମାନଙ୍କ ପ୍ରୟାସ ଯୋଗୁ ଦୁଇ ଦୁଇଟି ଜୀବନ ରକ୍ଷାପାଇଛନ୍ତି।

Leave A Reply

Your email address will not be published.