Latest Odisha News

BREAKING NEWS

ଚୋରକୁ ଧରିବାକୁ ଡ୍ରୋନ ଉଡାଇଲେ ଗାଁ ଲୋକେ

ଭଦ୍ରକ: ଭଦ୍ରକ ଜିଲ୍ଲାର ଏକ ଗାଁ ସ୍କୁଲରୁ ମଧ୍ୟାହ୍ନ ଭୋଜନର ଚାଉଳ  ଚୋରି କରି ପୋଖରୀରେ ଆଶ୍ରୟ ନେଇଥିବା ଚୋର ଉପରେ ନଜର ରଖିବା ପାଇଁ ଡ୍ରୋନ୍ ବ୍ୟବହାର କରିଛନ୍ତି।

ସୂଚନା ଅନୁଯାୟୀ, ବୁଧବାର ଦିନ ନାଇକାନିଡିହି ଥାନା ଅଧୀନରେ ଥିବା ଚାରିବାଟିଆ ଗାଁରେ ଡ୍ରୋନ୍ ମାଧ୍ୟମରେ ଚୋରକୁ କାବୁ କରିଥିଲେ ଗ୍ରାମବାସୀମାନେ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭୋର ସମୟରେ ଚାରି ଜଣ ଦୁର୍ବୃତ୍ତ ଗାଁ ସ୍କୁଲରେ ମଧ୍ୟାହ୍ନଭୋଜନ ପାଇଁ ରଖାଯାଇଥିବା ଚାଉଳକୁ ଚୋରି କରିବାକୁ ଚେଷ୍ଟା କରୁଥିବା ବେଳେ କିଛି ଗାଁ ଲୋକଙ୍କ ନଜର ସେମାନଙ୍କ ଉପରେ ପଡିଥିଲ। ଏହାପରେ ଗାଁ ଲୋକ ପାଟି କରିବାରୁ ଚୋରମାନେ ଖସିଯିବାକୁ ଚେଷ୍ଟା କରିଥିଲେ। ଓ ସେମାନଙ୍କ ମଧ୍ୟରୁ ଦୁଇଜଣ ଖସି ପଳାଇଯାଇଥିବା ବେଳେ ଜଣଙ୍କୁ ଗାଁ ଲୋକ କାବୁ କରିଥିଲେ। ସେପଟେ ଆଉ ଜଣେ ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିଥିଲା। ​​

ତେବେ ପୋଖରୀରେ ଲୁଚି ରହିଥିବା ଚୋରକୁ ଧରିବା ପାଇଁ ଗାଁ ଲୋକେ ଜଳାଶୟକୁ ଘେରିବା ସହ ଚାରିପାଖରେ ଶୁଖିଲା ଘାସରେ ନିଆଁ ଲଗାଇ ଦେଇଥିଲେ ଯାହା ଫଳରେ ଚୋର ଜଣକ ଖସି ଯାଇପାରିନଥିଲା। ଏହାଛଡା ଚୋରର ଗତିବିଧି ଉପରେ ନଜର ରଖିବା ପାଇଁ ଏକ ଡ୍ରୋନ ଉଡାଇଥିଲେ।

Comments are closed.