ଭୁବନେଶ୍ବର: ଗୁରୁବାର ପ୍ରକାଶ ପାଇଛି ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା (ଓଜେଏସ-୨୦୨୩) ରେଜଲ୍ଟ । ୩୩ ଜଣ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ । ୩୩ ଜଣଙ୍କ ମଧ୍ୟରେ ଅଛନ୍ତି ୨୪ ଜଣ ମହିଳା । ରାଜ୍ୟରେ ସିଭିଲ ଜଜ୍ ଭାବେ ନିଯୁକ୍ତି ହେବେ ଏହି ୩୩ ଜଣ ।
ଏଥିରେ ଓଜେଏସ-୨୦୨୩ ପରୀକ୍ଷାରେ ଟପ୍ପର ହୋଇଛନ୍ତି ସୋମେଶ ରଣବିଜୁଳି । ଏନେଇ ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ତାଲିକାରେ ଅରୁଣିମା ପତି ଦ୍ୱିତୀୟ ଏବଂ ପାଏଲ ଅତ୍ତା ତୃତୀୟ ସ୍ଥାନରେ ରହିଥିବା ସୂଚନା ମିଳିଛି ।
ସମ୍ପର୍କିତ ପ୍ରାର୍ଥୀମାନଙ୍କୁ ବିବରଣୀ ପାଇଁ କମିସନର ୱେବସାଇଟ୍ (www.opsc.gov.in) ପରିଦର୍ଶନ କରିବାକୁ ଓପିଏସସି ଦ୍ବାରା ପରାମର୍ଶ ଦିଆଯାଇଛି ।
Comments are closed.