ନୂଆଦିଲ୍ଲୀ:ଦିଲ୍ଲୀରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ବ୍ରିଟେନର ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇ ଥିବା ବସନ୍ତକୁଞ୍ଜ ଥାନାରେ ଅଭିଯୋଗ ହୋଇଛି । କିଛି ମାସ ତଳେ ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରିଥିବା କୈଳାସ ନାମକ ଜମେ ଯୁବକ, ସଂପୃକ୍ତ ମହିଲାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ କୈଳାସ ଏବଂ ତାର ସାଥୀ ୱାସିମକୁ ଗିରଫ କରିଛି ।
ଘଟଣା ବାବଦରେ ଦିଲ୍ଲୀସ୍ଥିତି ବ୍ରିଟେନ୍ ହାଇ କମିଶନଙ୍କୁ ଅବଗତ କରାଯାଇଛି । ବ୍ରିଟେନ୍ ହାଇକମିଶନ, ପୀଡ଼ତାଙ୍କୁ ସହାୟତା କରୁଛନ୍ତି । ମହିଳା ଜଣକ ବାରତ ବୁଲିବାକୁ ଆସିଥିଲେ । ମହାରାଷ୍ଟ୍ର ଓ ଗୋଆ ବୁଲିବାକୁ ଆସିଥିଲେ । କୈଳାସକୁ ସେ ଡାକିଥିଲେ। କିନ୍ତୁ କୈଳାସ ଯାଇପାରିବ ନାହିଁ ବୋଲି କହିଥିଲା । ବରଂ ଦିଲ୍ଲୀ ଆସିଲେ ଦେଖା ହୋଇପାରନ୍ତା ବୋଲି ମହିଳାଙ୍କୁ କହିଥିଲା କୈଳାସ ।
ମହିଳା ଦିଲ୍ଲୀ ଆସି ମହିପାଲପୁରର ଏକ ହୋଟେଲରେ ରହିଥିଲେ । କୈଲାସକୁ ଡାକିଥିଲେ । କୈଳାସ ତାର ସାଥୀ ୱାସିମକୁ ନେଇ ହୋଟେଲକୁ ୟାଇଥିଲା । ମହିଳାଙ୍କୁ କୈଳାସ ସେହି ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
Comments are closed.