Latest Odisha News

କାର୍ଯ୍ୟରେ ଯୋଗଦେଲେ ଆନ୍ଦୋଳନରତ ଭୀମସାର କନିଷ୍ଠ ଡ଼ାକ୍ତର

ସମ୍ବଲପୁର: ବୁର୍ଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର‌୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରିଙ୍କୁ ଓଡ଼ିଶା ସରକାର କାରଣ ଦର୍ଶାଅ ନୋଟିସ ଜାରି କରିବା ଏବଂ ତାଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେବା ପରେ ଗତ ୩ ସପ୍ତାହ ଧରି ଜାରି ରଖିଥିବା ଆନ୍ଦୋଳନକୁ ସ୍ଥଗିତ ରଖି କନିଷ୍ଠ ଡ଼ାକ୍ତର ସଂଘ (ଜେଡ଼ିଏ)ର ଡ଼ାକ୍ତରମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

କନିଷ୍ଠ ଡ଼ାକ୍ତର ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । କନିଷ୍ଠ ଡ଼ାକ୍ତରମାନେ ଦିନ ୨ଟା ସମୟରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ଭୀମସାରରେ ଏହି କନିଷ୍ଠ ଡ଼ାକ୍ତରମାନେ ନଭେମ୍ବର ୧୭ ତାରିଖରୁ କାର୍ଯ୍ୟରୁ ବିରତ ରହିଥିଲେ । ନିର୍ଦ୍ଦେଶକ ଅଶ୍ୱିନୀ ପୁଜାହାରି ଅସ୍ୱାଭାବିକ ଚିକିତ୍ସା ପଦ୍ଧତି ଗ୍ରହଣ କରିବା ଅଭିଯୋଗ କରି ନିର୍ଦ୍ଦେଶକଙ୍କୁ ତାଙ୍କର ପଦବୀରୁ ହଟାଇବା ଦାବି କରିଥିଲେ କନିଷ୍ଠ ଡ଼ାକ୍ତରମାନେ ।

ସଂଘ ପକ୍ଷରୁ ଗୁରୁବାର ଦିନ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଥିଲା । ନିର୍ଦ୍ଦେଶକ ବିନା ଲିଖିତ ପରାମର୍ଶରେ ଏବଂ ଚିକିତ୍ସା ବହିର୍ଭୁତ ପଦ୍ଧତି ଅବଲମ୍ବନ କରି କିଛି ଗରିବ ଲୋକ ଏବଂ ରୋଗୀଙ୍କର ଚିକିତ୍ସା କରୁଥିଲେ ବୋଲି ଏହି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା । ଏପରିକି ଭାରତର ଡ୍ରଗ୍ କଣ୍ଟ୍ରୋଲରଙ୍କ ବିନା ଅନୁମତିରେ ‘ଲୁଣ ଚିକିତ୍ସା’ ଏବଂ ଲେମନ ଜୁସ ମାଧ୍ୟମରେ ଚିକିତ୍ସା କରିବାର ଅଭିଯୋଗ ହୋଇଥିଲା ।

ନିର୍ଦ୍ଦେଶକ ପୁଜାହାରିଙ୍କ୍ୁ ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟରୁ ହଟାଇବା ଏବଂ ଭାରତର ମେଡ଼ିକାଲ୍ କାଉନସିଲ ତରଫରୁ ତାଙ୍କୁ ଦିଆଯାଇଥିବା ମେଡ଼ିକାଲ୍ ରେଜିଷ୍ଟ୍ରେସନକୁ ରଦ୍ଦ କରିବାକୁ କନିଷ୍ଠ ଡ଼ାକ୍ତର ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ, ପ୍ରଫେସର ପୂଜାହାରିଙ୍କ ଏହି ଅସ୍ୱାଭାବିକ ଟେବୁଲ ସଲ୍ଟ ଏବଂ ତବଲା ଥେରାପିର ଭିଡ଼ିଓ କ୍କିପ ଭାଇରାଲ ହୋଇଥିଲା ।

ଛତିଶଗଡ଼ର ଜଣେ କର୍କଟ ପୀଡ଼ିତ ରୋଗୀଙ୍କ ସର୍ଜରୀ ସମୟରେ ପୁଜାହାରି ଅପରେସନ କରିଥିବା ସ୍ଥାନରେ ଲୁଣ ବ୍ୟବହାର କରିବା ଦ୍ୱାରା ରୋଗୀଙ୍କର ମୃତ୍ୟୁ ଘଟିଥିଲା ବୋଲି କନିଷ୍ଠ ଡ଼ାକ୍ତର ସଂଘ ଅଭିଯୋଗ କରିଛନ୍ତି । କିନ୍ତୁ ଡ଼ାକ୍ତର ଏନେଇ ସ୍ପଷ୍ଟ ମନା କରିିଥିଲେ ।

ଏସମ୍ପର୍କରେ ପୁଜାହାରି କହିଥିଲେ, “ମୋର ଚିକିତ୍ସା ପଦ୍ଧତି ଠିକ୍ ଥିଲା । ତାଙ୍କର ସ୍ୱାସ୍ଥ୍ୟ ବର୍ତ୍ତମାନ ଠିକ୍ ଅବସ୍ଥାରେ ଅଛି ଏବଂ ସେ ଚିକିତ୍ସା ନିମେନ୍ତ ପୁନର୍ବାର ଭୀମସାର ଆସିବେ ।”

ସେମାନଙ୍କର ଦାବି ଯୋଗୁଁ ସର୍ଜରି ବିଭାଗର ଇନଚାର୍ଜ ପଦରୁ ହଟି ଯାଇଥିଲେ କିନ୍ତୁ ଶୁକ୍ରବାର ଦିନ ପୁଜାହାରି ଭିମସାର ନିର୍ଦ୍ଦେଶକ ପଦବୀରୁ ହଟିବେ ନାହିଁ ବୋଲି ଜଣାଇଥିଲେ ।

Leave A Reply

Your email address will not be published.