Latest Odisha News

BREAKING NEWS

‘ଅପରାଧ ଓ ଅପରାଧୀଙ୍କ ବିରୁଦ୍ଧରେ ପୁରୀ ପୋଲିସ ଜିରୋ ଟଲେରାନ୍ସ ନୀତି ଆପଣାଇବ’

ପୁରୀ: ପୁରୀର ନୂତନ ଏସପି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବିନୀତ ଅଗ୍ରୱାଲ । ସେ ୨୦୧୬ ବ୍ୟାଚର ଆଇପିଏସ ଅଧିକାରୀ । ଗତକାଲି ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ । ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ପର୍ଯ୍ୟଟକଙ୍କ ସୁରକ୍ଷା, ପୁରୀକୁ କ୍ରାଇମ ଫ୍ରି ସିଟି କରିବା, ନିଶା ମୁକ୍ତ କରିବା ଓ ଅଭ୍ୟାସଗତ ଅପରାଧିଙ୍କ ଡାଟା ବେସ ପ୍ରସ୍ତୁତ କରିବା ମୁଖ୍ୟ ପ୍ରାଥମିକତା ହେବ ବୋଲି ସେ କହିଛନ୍ତି ।

ବିନୀତ ଅଗ୍ରୱାଲ ଆହୁରି କହିଛନ୍ତି, ପୁରୀ ଏକ ଧର୍ମ, ସଂସ୍କୃତି ଓ ପର୍ଯ୍ୟଟନ କେନ୍ଦ୍ର ହୋଇଥିବାରୁ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପୁରୀ ଆସିଥାନ୍ତି । ପୁରୀରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ସମସ୍ତଙ୍କ ସହ ସହଯୋଗ ରକ୍ଷା କରି ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଆଗକୁ ମହାଧାର୍ମିକ କାର୍ତ୍ତିକ ମାସ ଓ ନୂଆ ବର୍ଷ ଆସୁଥିବାରୁ ଭିଡ଼ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ପରିଚାଳନା ଏକ ଚ୍ୟାଲେଞ୍ଜ ହେବ ।

ଅପରାଧ ଓ ଅପରାଧିଙ୍କ ବିରୁଦ୍ଧରେ ପୁରୀ ପୋଲିସ ଜିରୋ ଟଲେରାନ୍ସ ନୀତି ଆପଣାଇବ । ସେହିପରି ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର, ସାଇବର ଅପରାଧ, ଦାଦାବଟି ଆଦାୟ, ବ୍ରାଉନସୁଗାର କାରବାର ଉପରେ ପୁରୀ ପୋଲିସ ଗୁରୁତର ସହ କାର୍ଯ୍ୟ କରିବ । ଏଥିପାଇଁ ଏକ ସ୍ଵତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସବୁ ପୋଲିସ ଅଧିକାରୀ କାର୍ଯ୍ୟ ସାରିବାକୁ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.