Latest Odisha News

BREAKING NEWS

କଟକରୁ ନକଲି କରୋନା ଔଷଧ ଜବତ ଘଟଣା, ସ୍ବାସ୍ଥ୍ୟ ବିଭାଗର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର : କଟକରୁ ନକଲି କରୋନା ଔଷଧ ଜବତ ପରେ ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ । ନକଲି ଔଷଧ ଜବତ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଦେଇଛି ସ୍ବାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡିସିନ ହୋଲସେଲରୁ ଜବତ ହୋଇଥିବା ଔଷଧ କେଉଁଠୁ ଆସୁଥିଲା ଏବଂ କେଉଁଠିକୁ ଯୋଗାଣ ହେଉଥିଲା ସେସବୁର ତଦନ୍ତ କରାଯିବ ।

ଅନ୍ୟପଟେ ଏହି ନକଲି ଔଷଧ ଜବତ ପରେ ପ୍ରତିକ୍ରିୟା ରଖିଛି ରାଜ୍ୟ ଔଷଧ ବିକ୍ରେତା ସଂଘ । ସଂପୃକ୍ତ ବ୍ୟକ୍ତି ବିକିଥିବା ସମସ୍ତ ଔଷଧକୁ ଚିହ୍ନଟ କରି ଫେରାଇ ନେବେ । ଏବଂ ଏ ସମ୍ପର୍କିତ ତଥ୍ୟ ଡ୍ରଗ୍ ଡିପାର୍ଟମେଣ୍ଟକୁ ଜଣାଇବା ପାଇଁ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମ୍ପୃକ୍ତ ବ୍ୟକ୍ତିଙ୍କ ଲାଇସେନ୍ସ ରଦ୍ଦ କରିବା ସହିତ କଳା ତାଲିକା ଭୁକ୍ତ କରିବାକୁ ଦାବି ହୋଇଛି । ସେହିପରି ଏହି ଘଟଣାରେ ସଂପୃକ୍ତ ହୋଲସେଲର ଶିବ ପ୍ରସାଦ ଜେନା କହିଛନ୍ତି, ନକଲି କରୋନା ମେଡିସନ୍ କୁହାଯାଉଥିବା ଫାବିମାକ୍ସ ୪୦୦ ବଜାରରେ ବିକ୍ରି ହୋଇନାହିଁ । ତେବେ ଏହି ଔଷଧ ନକଲି ବୋଲି ସେ ଜାଣିନଥିବା କହିଛନ୍ତି । ଏହାସହ ସମସ୍ତ ପ୍ରକାର ତଦନ୍ତରେ ସେ ସହଯୋଗ କରିବେ ବୋଲି କହିଛନ୍ତି ଶିବପ୍ରସାଦ ଜେନା । ଗତକାଲି କଟକ କନିକା ଛକରେ ଡ୍ରଗ ବିଭାଗ ପକ୍ଷରୁ ଚଢାଉ ବେଳେ ଜବତ ହୋଇଥିଲା ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ।

Leave A Reply

Your email address will not be published.