Latest Odisha News

BREAKING NEWS

ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ଵାରା ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବିନୋଦ ମହାରଣା ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ତର୍ଗତ ଓଡ଼ିଶା ଲଳିତ କଳା ଏକାଡେ଼ମୀ ଦ୍ଵାରା ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କୁ ଏକାଡେମୀ କାର୍ଯ୍ୟାଳୟରେ ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ମହାରଣାଙ୍କ ପଦ୍ମଶ୍ରୀ ପୁରସ୍କାର ପାଇଁ ନାମ ଘୋଷଣା ଓଡ଼ିଶା ଲଳିତ କଳା ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଇଁ ଗର୍ବର ବିଷୟ ବୋଲି ସଭାପତି ପ୍ରକାଶ କରିଥିଲେ । ଏହି ଅବସରରେ ଏକାଡେମୀ ସଚିବ ପଞ୍ଚାନନ ସାମଲ ଏବଂ ସମସ୍ତ କର୍ମଚାରୀ ଶିଳ୍ପୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଶ୍ରୀ ମହାରଣା ଓଡ଼ିଶାର ଚିତ୍ରକଳା କ୍ଷେତ୍ରରେ ନୂତନ ଶୈଳୀ ସୃଷ୍ଟି କରିବା ସହିତ ଅନେକ ପୁରସ୍କାର ତଥା ସମ୍ମାନରେ ସମ୍ମାନିତ ହୋଇଛନ୍ତି । କଳା କ୍ଷେତ୍ରରେ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।ସେ ଦୀର୍ଘ ଦିନ ଓଡ଼ିଶା ଲଳିତ କଳା ଏକାଡେମୀର ସାଧାରଣ ପରିଷଦର ସଦସ୍ୟ ରହି ସୁଚାରୁରୂପେ କାର୍ଯ୍ୟ ତୁଲାଇଛନ୍ତି । ବର୍ତ୍ତମାନ ସେ ସାଧାରଣ ପରିଷଦର ସଦସ୍ୟ ରହି ମଧ୍ୟ କଳାର ପ୍ରଚାର,ପ୍ରସାର ତଥା ଉନ୍ନତି କରି ଆସୁଛନ୍ତି ।

 

Leave A Reply

Your email address will not be published.