Latest Odisha News

ବିଜେପି କର୍ମୀଙ୍କୁ ଗୋଡାଇ ଗୋଡାଇ ହାଣିଲେ

ବ୍ରହ୍ମପୁର : ରାଜ୍ୟରେ ବଢି ଚାଲିଛି ଅପରାଧ। ଗୋଟିଏ ପଟେ ଚୋରି ରାହାଜାନି କାୟା ବିସ୍ତାର କରିଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ମୃତ୍ଯୁ ଧମକ ସାଙ୍ଗକୁ ଅତର୍କିତ ଆକ୍ରମଣ ନଜରକୁ ଆସୁଛି। ଆଜି ବ୍ରହ୍ମପୁରରେ ଘଟିଛି ସେହିପରି ଏକ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ବିଜେପି କର୍ମୀଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି କିଛି ଜେଲ ଫେରନ୍ତା। ଗୋଳନ୍ଥରା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଗୁଣ୍ଡାରାଜ। ଗାଁରେ ପଶି ଖଣ୍ଡାଧରି ଆତଙ୍କ ଖେଳାଇବା ସହ ଆକ୍ରମଣ କରିଛନ୍ତି ଏହି ଦୁର୍ବୃତ୍ତ। ଏହି ମରାଣାତ୍ମକ ଆକ୍ରମଣରେ ୨ଭାଜପା କର୍ମୀଙ୍କ ସହ ଅନ୍ୟ ୨ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ, ୪ ଯୁବକ ବାଇକରେ ଆସି ଦୁଇ ବିଜେପି କର୍ମୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସେମାନେ ଖଣ୍ଡା ଧରି ଗୋଡାଇ  ଗୋଡାଇ ହାଣିବା ସହ ଆତଙ୍କ ସୃଷ୍ଟି କରିଥିଲେ। ତେବେ ସେମାନେ ଜେଲ ଫେରନ୍ତା ବୋଲି ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ପୂର୍ବେ ବିଜେପି କର୍ମୀଙ୍କୁ ଗାଡି ମଡାଇ ଦେବା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।

Comments are closed.