Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହିଂସାରେ ସରିଲା : ପିସିସି ସଭାପତି

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହିଂସାରେ ସରିଲା ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ବହୁ ସ୍ଥାନରେ ବୁଥ ଜବରଦଖଲ ଏବଂ ନିର୍ମମ ଭାବରେ ମାଡପିତ ହୋଇଥିବା ନଜରକୁ ଆସିଛି।

ଖାଲି ସେତିକି ନୁହେଁ କର୍ତବ୍ୟରତ ସାମ୍ବାଦିକ  ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରାଯାଇ ତାଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ କରିଛନ୍ତି ଯାହାକୁ ଦୃଢ଼ ନିନ୍ଦା କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ। ରାଜ୍ୟ ସରକାର ପୂର୍ବରୁ ଯେଉଁ ବାହାଶପୋଟ ମାରୁଥିଲେ ଯେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ଏବଂଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସମ୍ପନ୍ନ କରିବେ ବୋଲି ତାହା ଆଜି ମିଛ ପ୍ରମାଣିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କେଉଁ ସ୍ତରକୁ ଖସିଯାଇଛି।ସେ କହିଛନ୍ତି ଏପରିକି ଅନେକ ସ୍ଥାନରେ ଶାସକ ଦଳର ପାର୍ଥିଙ୍କ ଜିତାପଟ ପାଇଁ ପୁଲିଙ୍ଗ ବୁଥ ଙ୍କୁ ସାଧାରଣ ଭୋଟରଙ୍କୁ ଧମକ ଏବଂ ଭୟଭୀତ କରାଇ ଭୋଟ ଗ୍ରହଣ କେନ୍ଦ୍ରକୁ ନ ଆସିବା ପାଇଁ ଗାଁ ଗାଁ ବୁଲି ବାରଣ କରାଯାଇଛି। ରାଜ୍ୟ ସରକାରଙ୍କର ଏପରି ଆଚରଣ ଓ ଉଚ୍ଚାରଣରେ ବ୍ୟଥିତ ହୋଇ ଦୁଃଖପ୍ରକାଶ କରିବା ସହ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା କେଉଁ ଆଡକୁ ଗତି କରୁଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ।

ଯେଉଁଭଳି ଢଙ୍ଗରେ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ଖୋଦ ଶାସକ ଦଳର ପାର୍ଥି ମାନଙ୍କ ଦ୍ୱାରା ଏବଂ ଶାସକ ଦଳର ଗୁଣ୍ଡା ଦ୍ୱାରା ଏଥିରୁ ସ୍ପଷ୍ଟ ଅନୁମେୟ।ବାହୁବଳ, ଅର୍ଥବଳ ଓ ହିଂସାତ୍ମକ ପନ୍ଥା ଦ୍ୱାରା ଏହି ତ୍ରିସ୍ତରୀୟ ପଞ୍ଚାୟତ କୁ ଜିତିବା ପାଇଁ ଶାସକ ବିଜେଡି ଦଳ ଉଦ୍ୟମ କରୁଛନ୍ତି।

ସେହିଭଳି ରାଜ୍ୟ ପୋଲିସ ପ୍ରଶାସନ ସରକାରୀ ଦଳର କର୍ମୀ ହିସାବରେ ବିଭିନ୍ନ ଅଞ୍ଚଳରେ ପୋଲିସ ଗାଡ଼ିରେ ଟଙ୍କା ବାଣ୍ଟିବା ମୋତେ ହତଚକିତ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।ଏହିଭଳି ଅରାଜକତା ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କୁ ଗିରଫ କରି ସରକାର ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରନ୍ତୁ ଏବଂ ରାଜ୍ୟ ଯେପରି ଦେଶ ଓ ଦେଶ ବାହାରେ ରେ ନିନ୍ଦିତ ନ ହେଉ ସେଥି ପ୍ରତି ଦୃଷ୍ଟି ଦେଇ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପରବର୍ତ୍ତୀ ପର୍ଯାୟ ଗୁଡିକ କିପରି ସ୍ୱଚ୍ଛ, ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।

Comments are closed.