ଖୋର୍ଦ୍ଧା: ନୟାଗଡ଼ ଜିଲା ଟାଙ୍ଗୀ ବନାଞ୍ଚଳ ରେଞ୍ଜରେ ଜଣେ ଯୁବକଙ୍କୁ ଘରୁ ଟାଣି ନେଇ କଚାଡ଼ି ମାରିଲା ହାତୀ । ମୃତ ଯୁବକଜଣକ ହେଲେ ଟାଙ୍ଗୀ ବନାଞ୍ଚଳ ରେଞ୍ଜ ଅଧୀନ ରଣ୍ଡା ଗ୍ରାମର ଦିଲ୍ଲୀପ ଜେନା । ଟାଙ୍ଗୀ ବନାଞ୍ଚଳ ରେଞ୍ଜରେ ହାତୀ ଉତ୍ପାତ କରୁଥିବାରୁ ଲୋକେ ଘରେ ତାଟି କବାଟ ପକାଇ ରହିଛନ୍ତି । ଆଜି ଭୋରରୁ ଏକ ହାତୀ ଦିଲୀପଙ୍କ ଚାଳ ଘର ଭାଙ୍ଗି ଦେଇଥିଲା । ଏହା ଦେଖି ଦିଲୀପ ହଠାତ୍ ଘରୁ ବାହାରି ଆସିବାରୁ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଘରୁ ଟାଣି ଆଣି କଚାଡ଼ି ମାରିଦେଇଥିଲା । ସ୍ଥାନୀୟ ଲୋକେ ମୃତଦେହ ଦେଖି ଟାଙ୍ଗୀ ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ଜବତ କରିବା ସହ ହାତୀର ଗତିବିଧି ଉପରେ ନଜର ରଖିଥିଲେ ।
BREAKING NEWS
- ନୀତିନ ନବୀନଙ୍କୁ କାହିଁକି ଏତେ ବଡ଼ ଦାୟିତ୍ୱ ଦେଲା ବିଜେପି?
- ପୁରୀରେ ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ; ୪୦ ଅଟକ
- ଧନୀଲୋକ ବାୟୁ ପ୍ରଦୂଷଣ ସୃଷ୍ଟି କରନ୍ତି, ଗରିବ ପ୍ରଭାବିତ ହୁଅନ୍ତି: ଦିଲ୍ଲୀ ବିଷାକ୍ତ ବାୟୁକୁ ନେଇ ସିଜେଆଇଙ୍କ ଟିପ୍ପଣୀ
- ପୁଣି ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
- Sonia Gandhi Apology Demand: ପିଏମଙ୍କୁ ନେଇ ସଂସଦରେ ହଟ୍ଟଗୋଳ, ମୋଦିଙ୍କୁ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ନାରାରେ କମ୍ପିଲା ଗୃହ
- ଚାକିରି ନାଁରେ ଠକେଇ; ବିହାରର ଜଣଙ୍କୁ ଗିରଫ କଲା ଇଓଡବ୍ଲୁ
- Dharmashala Incident: ଧର୍ମଶାଳା ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ରାଜନୀତିକରଣ କରିବା ଆବଶ୍ୟକ ନାହିଁ, ପୋଲିସ କାର୍ଯ୍ୟାନୁଷ୍ଠାନ ନେବ
- ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ ବୃଦ୍ଧି
- ଓଡିଶାବାସୀଙ୍କ ପାଇଁ ଖୁସି ଖବର; ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’
- ଡିସେମ୍ବର ୧୯ରେ ସମ୍ବଲପୁର ବନ୍ଦ ଡାକରା, ଜାଣନ୍ତୁ କାହିଁକି…
Comments are closed.