Latest Odisha News

BREAKING NEWS

[ଭିଡିଓ] ଭାଙ୍ଗିଲା ପ୍ରଭୁ କୃଷ୍ଣଙ୍କ ମୂର୍ତ୍ତି, ସଜାଡିବାକୁ ଡାକ୍ତରଖାନା ପହଂଚିଲେ ପୂଜକ

ଭୁବନେଶ୍ୱର: ପୁରାଣ ଓ ଶାସ୍ତ୍ର ଅନୁଯାୟୀ ଦିଅଁଙ୍କୁ ବି ଜ୍ୱର ହୋଇଥାଏ । ଏଥିପାଇଁ ରହିଛି ନାନା ନୀତି ନିୟମ । ତେବେ କୌଣସି ଦେବାଦେବୀ ଆହତ କାରଣରୁ ଡାକ୍ତରଖାନା ଯିବା ବୋଧ ହୁଏ ଆପଣ କେବେ ଦେଖିନଥିବେ କିମ୍ବା ଶୁଣିନଥିବେ । ହେଲେ ଓଡିଶାଠୁ ଦୂରରେ ଥିବା ଉତ୍ତରପ୍ରଦେଶରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।

ଗତ ଶୁକ୍ରବାର ଆଗ୍ରାର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ସ୍ୱତନ୍ତ୍ର ରୋଗୀଙ୍କର ଚିକିତ୍ସା କରାଯାଇଥିଲା । ଲେଖ୍ ସିଂ ନାମକ ଜଣେ ମନ୍ଦିରର ପୂଜକ ଭଗବାନ କୃଷ୍ଣଙ୍କର ଏକ ମୂର୍ତ୍ତି ଧରି ହସ୍ପିଟାଲରେ ପହଂଚିଥିଲେ । ମୂର୍ତ୍ତିର ଡାହାଣ ହାତଟି ଭାଙ୍ଗିଯାଇଥିଲାବେଳେ ତାକୁ ଠିକ୍ କରିଦେବାକୁ ସେ ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀଙ୍କ ନିକଟରେ ନେହୁରା ହୋଇଥିଲେ । ଏଭଳି ପରିସ୍ଥିତିକୁ ନେଇ ଡାକ୍ତରଖାନାର ସମସ୍ତ କର୍ମଚାରୀ ଦ୍ୱନ୍ଦରେ ପଡିଥିଲେ ।

ପୂଜକ ଜଣକ ବାରମ୍ବାର ଅନୁରୋଧ କରିବା ପରେ ହସ୍ପିଟାଲରେ ଥିବା ଡାକ୍ତରମାନେ ପ୍ରଭୁ କୃଷ୍ଣଙ୍କ ହାତରେ ବ୍ୟାଣ୍ଡେଜ୍ ଗୋଡାଇବାକୁ ବାଧ୍ୟ ହୋଇଥିଲେ । ଏପରିକି ହସ୍ପିଟାଲରେ ଚିକିତ୍ସା ବାବଦକୁ ଶ୍ରୀକ୍ରିଷ୍ଣା ନାମରେ ପଂଜିକରଣ ମଧ୍ୟ ହୋଇଥିଲା । ସକାଳୁ ପ୍ରଭୁ କୃଷ୍ଣଙ୍କୁ ଗାଧୋଇବା ଅବସ୍ଥାରେ ମୂର୍ତ୍ତିର ଡାହାଣ ହାତଟି ଭାଙ୍ଗିଥିଲା ବୋଲି ପୂଜକ ଲେଖ୍ ସିଂ ପ୍ରକାଶ କରିଥିଲେ । ଏହି ଘଟଣା ତଥା ଭିିଡିଓଟି ବହୁଳ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

Leave A Reply

Your email address will not be published.