Latest Odisha News

BREAKING NEWS

[ଭିଡିଓ] ଆରତୀଙ୍କୁ ପାଠ ପଢାଇବେ ଅନୁପମ ଖେର, ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର: ଅନୁପମ ଖେର, ଏମିତି ଜଣେ ଅଭିନେତା ଯିଏ କି ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ନିକଟରେ ଅନୁପମ ସେୟାର କରିଥିବା ଏକ ଭିଡିଓକୁ ବହୁ ସଂଖ୍ୟାର ଲୋକେ ତାରିଫ କରିଛନ୍ତି । ତେବେ ଏହି ଭିଡିଓ ପଛର ଘଟଣା ଅନେକଙ୍କୁ ଚକିତ କରିଛି ।ନିକଟରେ ଅନୁପମ କାଠମାଣ୍ଡୁ ଯାଇଥିଲାବେଳେ ଜଣେ ଯୁବତୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଯୁବତୀ ଜଣକ ଭିକ୍ଷାବୃତ୍ତି କରୁଥିଲାବଳେ ତାଙ୍କ ମୁହଁରୁ ଅନର୍ଗଳ ଇଂରାଜୀ ଶୁଣି ଅନୁପମ ତାଜୁବ ହୋଇଯାଇଥିଲେ ।

ଯୁବତୀଙ୍କ ସହ କଥା ହେଉଥିବାର ଭିଡିଓକୁ ଖୋଦ ଅନୁପମ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି ଯେ, ଯୁବତୀ ଜଣକ ରାଜସ୍ଥାନ ବାସିନ୍ଦା ଆରତୀ । କିଛି ଟଙ୍କା ମାଗିବା ପରେ ଯୁବତୀ ଜଣକ ଅନୁପମଙ୍କ ସହ ଏକ ଫଟୋ ଉଠାଇବାକୁ ଅନୁରୋଧ କରିଥିଲେ । ପରେ ସେ ଇଂରାଜୀରେ କଥା ହେବା ହେଉଥିବା ଘଟଣା ଅନୁପମଙ୍କୁ ପ୍ରଭାବିତ କରିଥିଲା । ଯୁବତୀ ଜଣକ ପାଠ ପଢିବାକୁ ଇଛୁକ ଥିବା ଜାଣିପାରି ନିଜ ଫାଉଣ୍ଡେସନ ଜରିଆରେ ତାଙ୍କୁ ସହାୟତା କରିବା ଲାଗି ଅନୁପମ ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.