Latest Odisha News

BREAKING NEWS

[ଭିଡିଓ] ଖୋଲିଲା ସ୍କୁଲ, ବ୍ୟାଣ୍ଡ ବାଜା ଧରି ପହଂଚିଗଲେ ଅଭିଭାବକ

ନୂଆଦିଲ୍ଲୀ: କରୋନା ମହାମାରୀରେ ଲୋକେ ଭୟଭୀତ ହୋଇପଡିଥିଲେ । ହେଲେ ଏବେ ଧୀରେଧୀରେ ସାଧାରଣ ସ୍ଥିତିକୁ ଫେରୁଛି ଲୋକଙ୍କ ମାନସିକତା । ପାଖାପାଖି ୨୦ ମାସ ପରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଫେରିଛନ୍ତି । ଏହି ଖୁସୀରେ ଅଭିଭାବକମାନେ ବ୍ୟାଣ୍ଡ ବାଜା ବଜାଇ ସେମାନଙ୍କୁ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ପହଂଚିଥିଲେ ।

ନୂଆଦିଲ୍ଲୀର ଧୌଲା କୁଆଁ ସ୍ଥିତ ସ୍ପ୍ରିଙ୍ଗଡେଲ୍ସ ସ୍କୁଲ ସମ୍ମୁଖରୁ ସାମ୍ନାକୁ ଆସିଛି ଏପରି ଦୃଶ୍ୟ । ଏକ ପରିବାର ବ୍ୟାଣ୍ଡ ବାଜା ସହ ନିଜ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ଆସିଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ନୂଆଦିଲ୍ଲୀରେ ନଭେମ୍ବର ୧’ ତାରିଖରୁ ସ୍କୁଲ ଖୋଲିଥିଲାବେଳେ ଧୀରେଧୀରେ ଛୋଟଛୋଟ ପିଲାମାନେ ସ୍କୁଲ ଯିବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.