Latest Odisha News

BREAKING NEWS

[ଭିଡିଓ] ଅବକାରୀ ଅଧିକାରୀ କହିଲେ, “ମଦୁଆ ସତ କୁହନ୍ତି”

ଭୁବନେଶ୍ୱର: ଭାରତରେ ମଦ ପିଉଥିବା ସମସ୍ତ ବ୍ୟକ୍ତି ସତ କୁହନ୍ତି । ସର୍ବସମ୍ମୁଖରେ ଗଣମାଧ୍ୟମରେ କିଛି ଏପରି ମନ୍ତବ୍ୟ ଦେଇ ଜଣେ ବରିଷ୍ଠ ଅବକାରୀ ଅଧିକାରୀ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଖାଲି ଚର୍ଚ୍ଚା ନୁହେଁ ବରଂ ଅବକାରୀ ଅଧିକାରୀଙ୍କ ଭିଡିଓଟି ମଧ୍ୟ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।

ମଧ୍ୟପ୍ରଦେଶ ଖଣ୍ଡୱା ଜିଲ୍ଲାର ଅବକାରୀ ଅଧିକାରୀ ଆର୍‌.ପି କିରର୍ ଦେଇଛନ୍ତି ଏପରି ଅଜବ ମନ୍ତବ୍ୟ । ଖଣ୍ଡୱା ଜିଲ୍ଲାରେ କେବଳ ଦୁଇଟି ଭାକ୍ସିନ୍ ନେଇଥିବା ବ୍ୟକ୍ତିଙ୍କୁ ଉଭୟ ଦେଶୀ ଓ ବିଦେଶୀ ମଦ ବିକ୍ରୟ ହୋଇପାରିବ । ଏ ନେଇ ଚଳିତମାସ ୧୭ ତାରିଖରେ ଅବକାରୀ ବିଭାଗ ତରଫରୁ ନୋଟିସ୍ ଜାରି ହୋଇଥିଲା । ଏହି ଅବସରରେ ସାମ୍ବାଦିକ ସମ୍ମିଳନୀରେ ଅବକାରୀ ଅଧିକାରୀ କିରର୍ କିଛି ଏପରି ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଥିଲେ ।

Leave A Reply

Your email address will not be published.