ଭୁବନେଶ୍ୱର: କୃଷିକୁ ଏକ ଭିନ୍ନ ଦିଗ ଦେଇଛନ୍ତି ଜଣେ ଷ୍ଟ୍ରବେରୀ ଚାଷୀ । ବିରାଟକାୟ ତଥା ଅତ୍ୟଧିକ ଓଜନ ପାଇଁ ଏକ ଷ୍ଟ୍ରବେରୀ ଗିନିଜ୍ ୱାର୍ଲଡ୍ ରେକର୍ଡସ୍ରେ ସ୍ଥାନ ପାଇଛି । ଏହି ଘଟଣାଟି ଅବିଶ୍ୱାସ ଲାଗୁଥିଲେ ହେଁ ଏହାର ଭିଡିଓ କିନ୍ତୁ ସବୁକିଛି ସ୍ପଷ୍ଟ କରିଛି ।
ଇସ୍ରାଏଲର ନେତାନ୍ୟା ସହରରେ ରହୁଥିବା ଚାହି ଏରିଅଲ୍ସ ନାମକ ଜଣେ ଚାଷୀ ପ୍ରାୟ ୨୮୯ ଗ୍ରାମ୍ ଓଜନର ଷ୍ଟ୍ରବେରୀ ନିଜ ଫାର୍ମ ହାଉସରେ ଫଳାଇବାରେ ସକ୍ଷମ ହୋଇଛନ୍ତି । ଏହି ବିରାଟକାୟ ଷ୍ଟ୍ରବେରୀର ଆୟତନ ୧୮ ସେଣ୍ଟିମିଟର୍ ଲମ୍ବା ଓ ୪ ସେଣ୍ଟିମିଟର୍ ମୋଟା ରହିଛି ।
World’s Heaviest Strawberry Weighing 289 Grams, Breaks Guinness World Record
ବ୍ରହ୍ମାଣ୍ଡର ସର୍ବବୃହତ୍ ଷ୍ଟ୍ରବେରୀ, ଓଜନ ୨୮୯ ଗ୍ରାମ୍#ViralAlert #ViralVideo #HeaviestStrawberry #GuinnessWorldRecord #OdishaSambadNews pic.twitter.com/7VkpexYcFy— Odisha Sambad (@Odisha_Sambad) February 18, 2022
ଜାଣି ଚକିତ ହେବେ ଚାଷୀ ଏରିଅଲ୍ସ ଏହି ଷ୍ଟ୍ରବେରୀକୁ ପ୍ରାୟ ବର୍ଷେ କାଳ ଫ୍ରିଜରେ ବେଶ ସତର୍କତାର ସହ ସାଇତି ରଖିଥିଲେ । ଗତବର୍ଷ ଫେବ୍ରୁଆରୀ ମାସରେ ଏହି ଷ୍ଟ୍ରବେରୀ ଫଳିଥିଲେ ହେଁ ଚଳିତ ସପ୍ତାହରେ ଏହାକୁ ଗିନିଜ୍ ୱାର୍ଲଡ୍ ରେକର୍ଡସରେ ସ୍ଥାନ ମିଳିଛି । ଏହି ପ୍ରଜାତିର ଷ୍ଟ୍ରବେରୀକୁ ଲାନ୍ କୁହାଯାଉଥିଲାବେଳେ ପ୍ରାୟ ବର୍ଷକ ପୂର୍ବରୁ ଏହାର ଆକାର ଅଧିକ ବଡ ଥିଲା ବୋଲି ଚାଷୀ ଏରିଅଲ୍ସ ଦାବି କରିଛନ୍ତି ।
Comments are closed.