Latest Odisha News

BREAKING NEWS

[ଭିଡିଓ] ତନ୍ଦୁରି ରୁଟିରେ ପକାଉଥିଲା ଛେପ, ଭିଡିଓ ଭାଇରାଲ ପରେ ଧରାପଡିଲା ଅଭିଯୁକ୍ତ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏକ ଭିଡିଓ ଅନେକଙ୍କୁ ଚକିତ କରିଛି । ଆଜି ବହୁଳ ମାତ୍ରାରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଜଣେ ବୟସ୍କ ବ୍ୟକ୍ତି ତନ୍ଦୁରି ରୁଟିରେ ଛେପ ପକାଇବା ଦୃଶ୍ୟ କଏଦ ହୋଇଛି ।


ଉତ୍ତରପ୍ରଦେଶର ଗାଜିଆବାଦରୁ ଏହି ଭିଡିଓ ସାମ୍ନାକୁ ଆସିଛି । ଏକ ଢାବାରେ ତନ୍ଦୁରି ରୁଟି ପ୍ରସ୍ତୁତ କରୁଥିବା ବ୍ୟକ୍ତି ଜଣକ ରୁଟିରେ ଛେପ ପକାଉଥିବା ସ୍ପଷ୍ଟ ଦେଖାଯାଇପାରେ । ସୋସିଆଲ ମିଡିଆରେ ଏହି ବ୍ୟକ୍ତିଙ୍କ ଭିଡିଓ ଭାଇରାଲ୍ ହେବା ପରେ ଅଭିଯୁକ୍ତକୁ ଗାଜିଆବାଦ୍ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବିହାର କିଶନଗଂଜ ବାସିନ୍ଦା ତମିଜୁଦ୍ଦିନ ବୋଲି ଜଣାପଡିଛି ।

Leave A Reply

Your email address will not be published.